ETV Bharat / bharat

ଟ୍ବିଟରରେ ସର୍ବାଧିକ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି; ଫଲୋର୍ସ ସଂଖ୍ୟା ୭ ମିଲିୟନ ପାର

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଉ ଏକ ରେକର୍ଡ । ସମଗ୍ର ବିଶ୍ବର ସକ୍ରିୟ ରାଜନେତାଙ୍କ ମଧ୍ୟରେ ମୋଦି ହୋଇଛନ୍ତି ନମ୍ବର ୱାନ । ଅର୍ଥାତ ବିଶ୍ବର ପ୍ରମୁଖ ରାଜନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବାଧିକ ଲୋକ ଅନୁସରଣ କରୁଛନ୍ତି । ଅଧିକ ପଢନ୍ତୁ ...

Pm narendra modi
Pm narendra modi
author img

By

Published : Jul 29, 2021, 9:16 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଉ ଏକ ରେକର୍ଡ । ସାମାଜିକ ଗଣମାଧ୍ୟମରେ ବଢିବାରେ ଲାଗିଛି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା । ମାଇକ୍ରୋବ୍ଲୋଗିଂ ସାଇଟ ଟ୍ବିଟରରେ ମୋଦିଙ୍କ ଫଲୋର୍ସ ସଂଖ୍ୟା ୭୦ ମିଲିୟନ ପାର । ଅର୍ଥାତ ଦେଶର ପ୍ରଧାନମନ୍ତ୍ରୀଙ୍କୁ ୭ କୋଟି ରୁ ଅଧିକ ଲୋକ ଟ୍ବିଟରରେ ଫଲୋ କରୁଛନ୍ତି ।

ଲୋକପ୍ରିୟ ନେତାଙ୍କ ମଧ୍ୟରେ ପ୍ରଥମ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଉ ଏକ ରେକର୍ଡ । ସମଗ୍ର ବିଶ୍ବର ସକ୍ରିୟ ରାଜନେତାଙ୍କ ମଧ୍ୟରେ ମୋଦି ହୋଇଛନ୍ତି ନମ୍ବର ୱାନ । ଅର୍ଥାତ ବିଶ୍ବର ପ୍ରମୁଖ ରାଜନେତାଙ୍କ ମଧ୍ୟରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ସର୍ବାଧିକ ଲୋକ ଅନୁସରଣ କରୁଛନ୍ତି । ଏହାପୂର୍ବରୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବାଧିକ ୮୮.୭ ମିଲିୟନ ତଥା ୮.୮୭ କୋଟି ଲୋକ ଅନୁସରଣ କରୁଥିଲେ । ତେବେ ବିବାଦୀୟ ସ୍ଥିତିରେ ତାଙ୍କ ଟ୍ବିଟର ସାଇଟ ସ୍ଥାୟୀ ଭାବେ ବନ୍ଦ ହୋଇଯିବା ପରେ ବିଶ୍ବର ଏକ ମାତ୍ର ସକ୍ରିୟ ନେତା ଭାବେ ମୋଦିଙ୍କ ଅନୁସରଣ ସଂଖ୍ୟା ୭୦ ମିଲିୟନ ପାର କରିଛି । ଯାହା ଏକ ରେକର୍ଡ ।

୨୦୦୯ ରୁ ମୋଦି ଟ୍ବିଟରେ ଅଛନ୍ତି ସକ୍ରିୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷ ୨୦୦୯ ରୁ ମାଇକ୍ରୋବ୍ଲୋଗିଂ ସାଇଟ ଟ୍ବିଟରରେ ସକ୍ରିୟ ଭାବେ ଅଛନ୍ତି । ୨୦୧୦ ରେ ମୋଦିଙ୍କ ଫଲୋର୍ସ ଏକ ଲକ୍ଷ ଥିବା ବେଳେ ତାହା ୨୦୧୧ ରେ ୪ ଲକ୍ଷରେ ପହଞ୍ଚି ଥିଲା ।

ଆଗରେ ଅଛନ୍ତି ବାରାକ ଓବାମା...

ରାଜନେତାଙ୍କ ମଧ୍ୟରେ ମାଇକ୍ରୋବ୍ଲୋଗିଂ ସାଇଟ ଟ୍ବିଟରରେ ସର୍ବାଧିକ ଫଲୋର୍ସ(ଅନୁଗାମୀ) ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କର ରହିଛନ୍ତି । ଓବାମାଙ୍କ ବର୍ତ୍ତମାନ ଫଲୋର୍ସ ସଂଖ୍ୟା ହେଉଛି ୧୨୯.୮ ମିଲିୟନ । ଯାହା ରାଜନେତାଙ୍କ ମଧ୍ୟରେ ସର୍ବାଧିକ । ତେବେ ଓବାମା ବର୍ତ୍ତମାନ ସକ୍ରିୟ ରାଜନୀତିରେ ନଥିବା ବେଳେ ଟ୍ରମ୍ପଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି । ସେହିପରି ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଫଲୋର୍ସ ସଂଖ୍ୟା ହେଉଛି ୩୦.୯ ମିଲିୟମନ । ସେହି ଦୃଷ୍ଟିରୁ ବର୍ତ୍ତମାନର ସକ୍ରିୟ ରାଜନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ବିଶ୍ବରେ ନମ୍ବର ।

ଗୃହମନ୍ତ୍ରୀ ଅମିତ ଶାହା ବି ଆଗରେ...

ମୋଦିଙ୍କ ପରେ ଭାରତୀୟ ରାଜନେତାଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଲୋର୍ସ ସଂଖ୍ୟା ହେଉଛି ୨୬. ୨ ମିଲିୟନ, ଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସଂଖ୍ୟା ହେଉଛି ୨୦.୩ ମିଲିୟନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.