ETV Bharat / bharat

PM Modi Twitter Account Hacked: ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ହ୍ୟାକ୍ - ମୋଦିଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ୍(Twitter account hack) । କିଛି ସମୟରେ ପରେ ଆକାଉଣ୍ଟକୁ ରିକଭର କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ହ୍ୟାକ

author img

By

Published : Dec 12, 2021, 7:02 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟ୍‌ର ଆକାଉଣ୍ଟ ହ୍ୟାକ୍(Twitter account hack) । ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୧ ମିନିଟ୍ ସମୟରେ ମୋଦିଙ୍କ ଟ୍ବିଟର ହ୍ୟାଣ୍ଡେଲ ହ୍ୟାକ୍ କରାଯାଇଥିବା ଜଣାପଡିଛି । ଭାରତ ସରକାର ଦେଶରେ ବିଟକଏନ(Bitcoin) କିମ୍ବା ଅନ୍ୟ କୌଣସି କ୍ରିପ୍ଟୋକରେନ୍ସି(Cryptocurrency)କୁ ମାନ୍ୟତା ଦେଇନାହାନ୍ତି । ହେଲେ ହ୍ୟାକର ପିଏମଙ୍କ ଟ୍ବିଟର୍ ହ୍ୟାକ କରି ଭାରତ ସରକାର ବିଦ୍ଧିବଦ୍ଧ ଭାବେ ବିଟକଏନକୁ ମାନ୍ୟତା ଦେଇଛନ୍ତି ଏବଂ ୫୦୦ BTC କିଣି ଲୋକଙ୍କୁ ବାଣ୍ଟୁଛନ୍ତି ବୋଲି ଟ୍ବିଟ୍ କରିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ହ୍ୟାକ
ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ହ୍ୟାକ

ଯାହା ସୂଚନା ରହିଛି କି, ହ୍ୟାକର ଜଣକ ବିଟକଏନ(Bitcoin)କୁ ମାନ୍ୟତା ନେଇ ଟ୍ବିଟ କରିବାର ଦୁଇ ମିନିଟ୍ ପରେ ଏହାକୁ ଡିଲିଟ୍ କରାଯାଇଥିଲା । ହେଲେ ପୁଣି ୨ଟା ୧୪ ମିନିଟରେ ଦ୍ବିତୀୟ ଟ୍ବିଟ୍ ହୋଇଥିଲା । ଯାହାକି ପୂର୍ବ ଟ୍ବିଟ୍ ଭଳି ଥିଲା । କିଛି ସମୟ ପରେ ଏହାକୁ ଡିଲିଟ୍ କରାଯାଇଥିଲେ ମଧ୍ୟ ଏବେ ଯାଏଁ ସୋସିଆଲ ମିଡିଆରେ ଏହାର ସ୍କ୍ରିନସଟ୍ ଭାଇରାଲ ହେଉଛି ।

  • The Twitter handle of PM @narendramodi was very briefly compromised. The matter was escalated to Twitter and the account has been immediately secured.

    In the brief period that the account was compromised, any Tweet shared must be ignored.

    — PMO India (@PMOIndia) December 11, 2021 " class="align-text-top noRightClick twitterSection" data=" ">

ସେପଟେ ବିଟକଏନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକାଉଣ୍ଟରୁ ଏଭଳି ଟ୍ବିଟ୍ ପରେ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ମୋଦିଙ୍କ ଟ୍ବିଟର ହ୍ୟାଣ୍ଡେଲ ରିକଭର କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁଛି କି ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.