ETV Bharat / bharat

ଶହେ ବର୍ଷରେ ପାଦ ଥାପିବେ ପ୍ରଧାନମନ୍ତ୍ରୀଙ୍କ ମାଆ, ଭେଟିବାକୁ ଯିବେ ମୋଦି

author img

By

Published : Jun 16, 2022, 12:27 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦି 100 ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଜୁନ 18କୁ ତାଙ୍କୁ 100 ବର୍ଷ ହେବ । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ଶହେ ବର୍ଷରେ ପାଦ ଥାପିବେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ମୋଦି 100 ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଜୁନ 18କୁ ତାଙ୍କୁ 100 ବର୍ଷ ହେବ । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ସେହି ଦିନ ପ୍ରଧାନମନ୍ତ୍ରୀ ଗୁଜୁରାଟ ଗସ୍ତ କରି ତାଙ୍କ ମାଆଙ୍କୁ ଦେଖା କରିବା ନେଇ ସୂଚନା ମିଳିଛି ।

ହୀରାବେନଙ୍କ ପରିବାର ସଦସ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଜନ୍ମସ୍ଥାନ ଭଦନଗରରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ହୀରାବେନ ଦୀର୍ଘ ଜୀବନ ଏବଂ ସୁସ୍ବାସ୍ଥ୍ୟ ପାଇଁ ଏହି ପୂଜା କରାଯିବ । ଏହା ସହ ଜୁନ୍ 18ରେ ଅହମ୍ମଦାବାଦର ଜଗନ୍ନାଥ ମନ୍ଦିରରେ ଏକ ଭୋଜନର ଆୟୋଜନ କରିବେ । ଭଦନଗରର ହାଟକେଶ୍ବର ମହାଦେବ ମନ୍ଦିରରେ ମଧ୍ୟ ହୀରାବେନଙ୍କ ଦୀର୍ଘ ଜୀବନ ପାଇଁ ପୂଜାପାଠ କରାଯିବ ।

ହୀରାବେନ 1923 ମସିହା ଜୁନ 18ରେ ଜନ୍ମ ଗ୍ରହଣ କରିଥିଲେ । 2 ଦିନ ପରେ ତାଙ୍କୁ 100 ବର୍ଷ ହେବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସାନ ପାଇଁ ପଙ୍କଜ ମୋଦି । 2016 ଜୁନ ମଇ 15ରେ ଦିଲ୍ଲୀ ଗସ୍ତ କରିଥିଲେ ହୀରାବେନ । ମୋଦି ପ୍ରଧାନମନ୍ତ୍ରୀ ହେବାର 2 ବର୍ଷ ପରେ ସେ ତାଙ୍କ ପୁଅକୁ ଦେଖା କରିଥିଲେ । ସେଠାରେ ହ୍ବିଲଚେୟାରରେ ମାଆଙ୍କୁ ବସାଇ ତାଙ୍କ ବାସଭବନରେ ବୁଲାଉଥିବା ଫଟୋ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.