ETV Bharat / bharat

ଡ୍ରୋନ ଡେଞ୍ଜର ମଧ୍ୟରେ ମୋଦିଙ୍କ ବଡ ବୈଠକ, ଡୋଭାଲ ସାମିଲ - ପ୍ରଧାନମନ୍ତ୍ରୀ ମୋଦି

ଜମ୍ମୁ କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଜାରି ରହିଛି । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଛନ୍ତି । ଅଧିକ ପଢନ୍ତୁ...

ଡ୍ରୋନ ଡ୍ରେଞ୍ଜର ମଧ୍ୟରେ ମୋଦିଙ୍କ ବଡ ବୈଠକ, ଡୋଭାଲ ସାମିଲ

author img

By

Published : Jun 29, 2021, 5:56 PM IST

ନୂଆଦିଲ୍ଲୀ: ଡ୍ରୋନ ଡେଞ୍ଜର ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ଜମ୍ମୁ କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଜାରି ରହିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଚାଲିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ରହିଛନ୍ତି ।

ମଙ୍ଗଳବାର ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଶନିବାର ଓ ରବିବାର ମଧ୍ୟ ରାତିରେ ହୋଇଥିଲା ଡ୍ରୋନ ଆକ୍ରମଣ । ଏହାର କିଛି ଘଣ୍ଟା ପରେ ଜମ୍ମୁର ଅତି ସମ୍ବେଦନଶୀଳ କାଲୁଚକ ମିଲିଟାରୀ ଷ୍ଟେସନରେ ମଧ୍ୟ ଦେଖିବାକୁ ମିଳିଥିଲା ଦୁଇଟି ଡ୍ରୋନ । ଜମ୍ମୁ କାଶ୍ମୀର ଆକାଶରେ ଡ୍ରୋନ ସଙ୍କଟକୁ ନେଇ ବୈଠକରେ ଆଲୋଚନା ହେଉଥିବା ଅନୁମାନ କରାଯାଉଛି ।

ଜମ୍ମୁରେ ସୁରକ୍ଷା ପ୍ରସ୍ତୁତି ଉପରେ ଏନଏସଏ ଡୋଭାଲ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବେ । ଏହା ସହିତ ଜିଓ ଫେନସିଙ୍ଗ ଟେକ୍ନୋଲୋଜି ଉପରେ ମଧ୍ୟ ବୈଠକରେ ବିସ୍ତୃତ ଭାବରେ ଆଲୋଚନା କରାଯିବ ।

ସେପଟେ ବାୟୁସେନା ଏୟାର ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ବିଷୟକୁ ଜାତିସଂଘରେ ଉଠାଇଛି ଭାରତ । ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଶନିବାର ରାତିରେ ହୋଇଥିବା ଡ୍ରୋନ ଆକ୍ରମଣର ଯାଞ୍ଚ କରୁଛି ଏନଆଇଏ । ତେବେ ଘଟଣା ପଛରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ହାତ ଥିବା ଜଣାପଡିଛି ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କାଶ୍ମୀରର ନେତାଙ୍କ ସହ ଏକ ବୈଠକ କରିଥିଲେ । ଏହି ବୈଠକରେ ଆଠଟି ଦଳର 14 ଜଣ ନେତା ଯୋଗ ଦେଇଥିଲେ । ଜମ୍ମୁ କାଶ୍ମୀରର ବିକାଶ, ନିର୍ବାଚନ, ସୀମୀ ନିର୍ଦ୍ଧାରଣ ଉପରେ ବ୍ୟାପକ ଚର୍ଚ୍ଚା ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.