ETV Bharat / bharat

କ୍ୟାବିନେଟ ସମ୍ପ୍ରସାରଣ, ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ବାତିଲ

author img

By

Published : Jul 6, 2021, 2:25 PM IST

ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଆଜି(ମଙ୍ଗଳବାର) ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକକୁ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

କ୍ୟାବିନେଟ ସମ୍ପ୍ରସାରଣ, ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ବାତିଲ
କ୍ୟାବିନେଟ ସମ୍ପ୍ରସାରଣ, ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ବାତିଲ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ସମ୍ପର୍କରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ମନ୍ତ୍ରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରିବାର ଯୋଜନା ରହିଥିଲା । ମାତ୍ର ଏହି ବୈଠକକୁ ବାତିଲ କରାଯାଇଛି ବୋଲି ସୂଚନା ମିଳିଛି । ତେବେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଏହି ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା ।

2019ରେ NDA କ୍ଷମତାକୁ ଫେରିଛି । ସେପଟେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଅନେକ ବରିଷ୍ଠ ନେତା କ୍ୟାବିନେଟରେ ସାମିଲ ହେବା ମଧ୍ୟ ଅନୁମାନ କରାଯାଉଛି । ପରାସଙ୍କ ନେତୃତ୍ବରେ ଜନତା ଦଳ (ୟୁନାଇଟେଡ) ଏବଂ ଲୋକ ଜନଶକ୍ତି ପାର୍ଟି ଭଳି ପ୍ରମୁଖ ନେତାମାନେ କ୍ୟାବିନେଟ ସମ୍ପ୍ରସାରଣରେ ସ୍ଥାନିତ ହେବାର ମଧ୍ୟ ସମ୍ଭାବନା ରହିଛି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର କିଛି ବିଜେପି ବିଧାୟକମାନେ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି ।

ପ୍ରଧାନମୋଦିଙ୍କ କ୍ୟାବିନେଟରେ ବିଜେପି ଓ NDAର କିଛି ନେତା ସାମିଲ ହେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଥିଲା । କ୍ୟାବିନେଟରେ ପୂର୍ବରୁ ଥିବା ଶିବସେନା ଓ ଶିରୋମଣି ଅକାଳି ଦଳର ଅନେକ ନେତାଙ୍କ ସ୍ଥାନ ଖାଲି ପଡିଛି । ଏହି ସ୍ଥାନ ପୂରଣ କରିବା ସହିତ ଆଗକୁ ଆସୁଥିବା ପୋଲକୁ ଲକ୍ଷ୍ୟ କରାଯାଇ ଏହି କ୍ୟାବିନେଟ ସମ୍ପ୍ରସାରଣ କରାଯାଉଛି । ମୋଦିଙ୍କ କ୍ୟାବିନେଟରେ ମୋଟ 81 ମନ୍ତ୍ରୀ ରହିବାକୁ ଥିବାବେଳେ ବର୍ତ୍ତମାନ ଅଛନ୍ତି 53 ଜଣ ମନ୍ତ୍ରୀ । ଏହି ସମ୍ପ୍ରସାରଣରେ ଆଉ 28 ଜଣ ମନ୍ତ୍ରୀଙ୍କୁ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ, ପିୟୁଷ ଗୋଏଲ, ପ୍ରହ୍ଲାଦ ଯୋଶୀ, ନରେନ୍ଦ୍ର ସିଂ ତୋମାରଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖଙ୍କୁ ବୈଠକରେ ସାମିଲ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ମୁଖ୍ୟତଃ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ପରିବର୍ତ୍ତନ ପ୍ରସ୍ତାବ ଉପରେ ମୋହର ବାଜିବାର କାର୍ଯ୍ୟକ୍ରମ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.