ଲକ୍ଷ୍ନୌ: ବୁଧବାର ଅପରାହ୍ନ 4ଟା । ଲକ୍ଷ୍ନୌ ଏୟାରପୋର୍ଟରେ ପହଞ୍ଚିଥିଲା ଇଣ୍ଡିଗୋ ବିମାନ । ଆଉ ଏହି ବିମାନରୁ ଓହ୍ଲାଇବା ପରେ ଏୟାରପୋର୍ଟରେ ହିଁ ଧାରଣାରେ ବସିଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ।
ପ୍ରଧାନମନ୍ତ୍ରୀଙ୍କ ଭାଇ ପ୍ରହ୍ଲାଦ ମୋଦି ଲକ୍ଷ୍ନୌ ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ କିଛି ସମର୍ଥକ ତାଙ୍କୁ ସାକ୍ଷାତ କରିବାକୁ ଚାହିଁଥିଲେ । ହେଲେ ଏୟାରପୋର୍ଟ ସୁରକ୍ଷାକର୍ମୀ ସମର୍ଥକଙ୍କୁ ପ୍ରହ୍ଲାଦଙ୍କ ପାଖକୁ ଛାଡିନଥିଲେ । ଏପରିକି କିଛି ସମର୍ଥକଙ୍କୁ ପୋଲିସ ଅଟକ ମଧ୍ୟ ରଖିଥିଲା । ଯାହାକୁ ନେଇ ମୋଦିଙ୍କ ଭାଇ ପ୍ରହ୍ଲାଦ ଏୟାରପୋର୍ଟରେ ହିଁ ଧାରଣାରେ ବସିଯାଇଥିଲେ ।
ପୋଲିସର ଏପରି ବ୍ୟବହାର କାରଣରୁ ଦୁଃଖ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ଭାଇ । ପରେ ଘଟଣାର ସାମାଧାନ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ