ETV Bharat / bharat

'ଭ୍ୟାକ୍ସିନ ଲଗାନ୍ତୁ, ବାହୁବଳୀ ହୁଅନ୍ତୁ'

author img

By

Published : Jul 19, 2021, 5:59 PM IST

ସଂସଦରେ କୋରୋନା ନିୟମର ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପିଏମ ମୋଦି କହିଛନ୍ତି, 'ଭ୍ୟାକ୍ସିନ ଲଗାନ୍ତୁ, ବାହୁବଳୀ ହୁଅନ୍ତୁ' । ଅଧିକ ପଢନ୍ତୁ...

'ଭ୍ୟାକ୍ସିନ ଲାଗାନ୍ତୁ, ବାହୁବଳୀ ହୁଅନ୍ତୁ'
'ଭ୍ୟାକ୍ସିନ ଲାଗାନ୍ତୁ, ବାହୁବଳୀ ହୁଅନ୍ତୁ'

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନରେ କୋରୋନା ଟୀକାକରଣକୁ ନେଇ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ମୋଦି ଦେଇଛନ୍ତି ବାହୁବଳୀ ମନ୍ତ୍ର ।

ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଛି ଚଳିତ ବର୍ଷର ମୌସୁମୀ ଅଧିବେଶନ । ଏହାରି ମଧ୍ୟରେ ସଂସଦରେ କୋରୋନା ନିୟମର ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପିଏମ ମୋଦି କହିଛନ୍ତି, 'ଭ୍ୟାକ୍ସିନ ଲଗାନ୍ତୁ, ବାହୁବଳୀ ହୁଅନ୍ତୁ ।'

ବର୍ତ୍ତମାନସୁଦ୍ଧା ୪୦ କୋଟି ଲୋକ କୋରୋନାରେ ବାହୁବଳୀ ହୋଇସାରିଛନ୍ତି । ଏହି ମହାମାରୀ ପୁରା ମନବଜାତିକୁ ନିଜ କବଳରେ କବଳିତ କରିଛି । ସାଂସଦଙ୍କୁ ପିଏମ କହିଛନ୍ତି, ଆପଣମାନେ ସମସ୍ତେ ଅତି କମରେ ଟିକାର ଗୋଟିଏ ଡୋଜ ଭ୍ୟାକ୍ସିନ ନେଇସାରିଥିବେ । ତେବେ ସମସ୍ତେ କୋରୋନା କଟକଣା ମାନିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୋଦି ।

ପ୍ରସଙ୍ଗ ଭିତ୍ତିକ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ତେବେ ସାର୍ଥକ ଚର୍ଚ୍ଚାର ଅପିଲ କରି ମୋଦି କହିଛନ୍ତି, ବିରୋଧୀ ନେତା କଡା ପ୍ରଶ୍ନ ପଚାରନ୍ତୁ । ହେଲେ ସରକାରଙ୍କୁ ଜବାବ ଦେବାର ସୁଯୋଗ ମଧ୍ୟ ଦିଅନ୍ତୁ ବୋଲି କହିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.