ନୂଆଦିଲ୍ଲୀ: ଆଜି(ରବିବାର) ପଞ୍ଚାୟତରାଜ ଦିବସରେ ଜମ୍ମୁକାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଦିନ ପ୍ରାୟ 11.30ରେ ଅନୁଷ୍ଠିତ ଉତ୍ସବରେ ଯୋଗ ଦେଇ ପାଲିରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଜମ୍ମୁକାଶ୍ମୀରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ।
-
PM Modi will undertake a visit to Jammu & Kashmir to participate in the celebration of National Panchayati Raj Day at around 11:30 AM on 24th April, and address all the Gram Sabhas across the country. He will visit Palli Panchayat in Samba district: PMO
— ANI (@ANI) April 23, 2022 " class="align-text-top noRightClick twitterSection" data="
(file pic) pic.twitter.com/lnSfTHiO0O
">PM Modi will undertake a visit to Jammu & Kashmir to participate in the celebration of National Panchayati Raj Day at around 11:30 AM on 24th April, and address all the Gram Sabhas across the country. He will visit Palli Panchayat in Samba district: PMO
— ANI (@ANI) April 23, 2022
(file pic) pic.twitter.com/lnSfTHiO0OPM Modi will undertake a visit to Jammu & Kashmir to participate in the celebration of National Panchayati Raj Day at around 11:30 AM on 24th April, and address all the Gram Sabhas across the country. He will visit Palli Panchayat in Samba district: PMO
— ANI (@ANI) April 23, 2022
(file pic) pic.twitter.com/lnSfTHiO0O
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁକାଶ୍ମୀର ଗସ୍ତ ସମୟରେ ବାନିହାଲ କାଜିଗୁଣ୍ଡ ରୋଡ ଟନେଲର ଉଦଘାଟନ କରିବେ । ପ୍ରାୟ 8.45 କି.ମି. ଲମ୍ବ ବିଶିଷ୍ଟ ଟନେଲଟି 3100 କୋଟିରୁ ଊର୍ଦ୍ଧ୍ବ ବ୍ୟୟରେ ନିର୍ମିତ କରାଯାଇଛି । ଏହା ବାନିହାଲ ଏବଂ କାଜିଗୁଣ୍ଡ ମଧ୍ୟରେ ଥିବା ଦୂରତାକୁ 16 କିଲୋମିଟର ହ୍ରାସ କରିବ । ଅନ୍ୟପଟେ ରାଟେଲ ଓ କ୍ବାର ହାଇଡ୍ରୋଇଲେକ୍ଟ୍ରିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । କିଶତୱାର ଜିଲ୍ଲାର ଚେନାବ ନଦୀରେ 850 ମେଗାୱାଟ ରାଟେଲ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ 540 ମେଗାୱାଟ କ୍ବାର ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେବ ।
ଜମ୍ମୁକାଶ୍ମୀରର ସାମ୍ବା ଜିଲ୍ଲାର ପାଲିରେ ପ୍ରଧାନମନ୍ତ୍ରୀ ମୋଦି 500 କିଲୋୱାଟ ସୌରଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ଉଦଘାଟନ କରିବେ । ଯାହା ଦେଶର ପ୍ରଥମ ଅଙ୍ଗାରକାମ୍ଲ ମୁକ୍ତ (carbon neutral) ପଞ୍ଚାୟତ ଭାବେ ପରିଗଣିତ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁକାଶ୍ମୀର ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆତଙ୍କୀ ଗତିବିଧି ଉପରେ କଡା ନଜର ରଖଛି ସୁରକ୍ଷାବଳ । ତେବେ ଆଜି ମୁମ୍ବାଇରେ ମାଷ୍ଟର ଦୀନାନାଥ ମଙ୍ଗେସକର ପୁରସ୍କାର ବିତରଣ ଉତ୍ସବରେ ମୋଦି ଯୋଗଦେବେ । ଏହି ଅବସରରେ ତାଙ୍କୁ ପ୍ରଥମ 'ଲତା ଦୀନାନାଥ ମଙ୍ଗେସକର ପୁରସ୍କାର' ପ୍ରଦାନ କରାଯିବ।
@ANI