ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ରାଜ୍ୟବାସୀଙ୍କୁ ବିନା ରିଫାଇନାରୀରେ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ସମେତ 50 ହଜାର 700କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମେ ଭୋପାଳରେ ପହଞ୍ଚିବା ପରେ ଏକେ ମେଗା ରୋଡ ଶୋ କରି ବିନାରେ ପହଞ୍ଚିଥିଲେ । ସାଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଥିଲେ । ବିନାରେ ପହଞ୍ଚିବା ପରେ ରାଜ୍ୟବାସୀଙ୍କୁ 50 ହଜାର 700କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏହି ପ୍ରକଳ୍ପ ନିଯୁକ୍ତି ସୃଷ୍ଟି କରିବା ବୋଲି କହିବା ସହ ନୂଆଦିଲ୍ଲୀରେ ସଦ୍ୟ ସମାପ୍ତ ଜି 20ର ସମ୍ମିଳନୀରେ ସଫଳତା ମୋର ନୁହେଁ 140କୋଟି ଭାରତୀୟଙ୍କର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ମେଣ୍ଟ ଉପରେ ମଧ୍ୟପ୍ରଦେଶରୁ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।
-
#WATCH | Madhya Pradesh: Prime Minister Narendra Modi lays the foundation stone of projects worth more than Rs. 50,700 crore including the 'Petrochemical Complex' at Bina Refinery and ten new industrial projects across the state. PM also laid the foundation stone of ten projects… pic.twitter.com/uxpYIIRnkr
— ANI (@ANI) September 14, 2023 " class="align-text-top noRightClick twitterSection" data="
">#WATCH | Madhya Pradesh: Prime Minister Narendra Modi lays the foundation stone of projects worth more than Rs. 50,700 crore including the 'Petrochemical Complex' at Bina Refinery and ten new industrial projects across the state. PM also laid the foundation stone of ten projects… pic.twitter.com/uxpYIIRnkr
— ANI (@ANI) September 14, 2023#WATCH | Madhya Pradesh: Prime Minister Narendra Modi lays the foundation stone of projects worth more than Rs. 50,700 crore including the 'Petrochemical Complex' at Bina Refinery and ten new industrial projects across the state. PM also laid the foundation stone of ten projects… pic.twitter.com/uxpYIIRnkr
— ANI (@ANI) September 14, 2023
ରାଜ୍ୟବାସୀଙ୍କୁ 50 ହଜାର 700କୋଟି ଟଙ୍କାର ପ୍ରକଳ୍ପ ପ୍ରକଳ୍ପ ଭେଟି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଏହି ପ୍ରକଳ୍ପ ରାଜ୍ୟରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମଧ୍ୟବିତଙ୍କ ସ୍ବପ୍ନ ସାକାର କରିବ । ଆଜାଦୀ କା ଅମୃତ କାଳରେ ଦେଶବାସୀ ଭାରତକୁ ବିକଶିତ କରିବାକୁ ସଂକଳ୍ପ ନେଇଛନ୍ତି । ଏହି ସଂକଳ୍ପ ପାଇଁ ଭାରତ ଆତ୍ମନିର୍ଭର ହେବା ଜରୁରୀ । ଆମକୁ ବିଦେଶ ଜିନିଷ ଯେତେ କମ ମଗାଇବାକୁ ହେବ । ଆଜି ବିନା ରିଫାଇନାରୀରେ ପେଟ୍ରୋକେମିକାଲ କମ୍ପ୍ଲେକ୍ସର ଶିଳାନ୍ୟାସ ହେବା ତାହା ଭାରତକୁ ଆତ୍ମନିର୍ଭର କରିବ । ଏଠାକୁ ନୂଆ ନୂଆ ଇଣ୍ଡଷ୍ଟ୍ରି ଆସିବ । ଯୁବଗୋଷ୍ଠୀଙ୍କୁ ରୋଜଗାର ମିଳିବ । ରାଜ୍ୟର ବିକାଶ ପାଇଁ ପାରଦର୍ଶିତା ସହ କାମ ଜରୁରୀ । ଭ୍ରଷ୍ଟାଚାର ଉପରେ ଲଗାମ ଲାଗିବା ଦରକାର ।''
-
#WATCH | Bina, Madhya Pradesh: Prime Minister Narendra Modi says "You all have seen how India has successfully organised the G20 Summit. The credit for the success of the G20 Summit goes to the people of the country. It is the success of 140 crore people" pic.twitter.com/UYCV78kodC
— ANI (@ANI) September 14, 2023 " class="align-text-top noRightClick twitterSection" data="
">#WATCH | Bina, Madhya Pradesh: Prime Minister Narendra Modi says "You all have seen how India has successfully organised the G20 Summit. The credit for the success of the G20 Summit goes to the people of the country. It is the success of 140 crore people" pic.twitter.com/UYCV78kodC
— ANI (@ANI) September 14, 2023#WATCH | Bina, Madhya Pradesh: Prime Minister Narendra Modi says "You all have seen how India has successfully organised the G20 Summit. The credit for the success of the G20 Summit goes to the people of the country. It is the success of 140 crore people" pic.twitter.com/UYCV78kodC
— ANI (@ANI) September 14, 2023
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ନୂଆ ଭାରତ ଦ୍ରୁତ ଗତିରେ ବଢୁଛି । ଆଜିର ଏହି ପ୍ରକଳ୍ପ ମଧ୍ୟପ୍ରଦେଶର ବିକାଶକୁ ଆହୁରି ଗତି ଦେବ । ଭାରତ ଗୁଲାମୀର ମାନସିକତାରୁ ବାହାରି ସ୍ବତନ୍ତ୍ର ସ୍ବାଭିମାନ ସହ ଆଗକୁ ବଢୁଛି । ଆମ ସରକାରଙ୍କ ପ୍ରୟାସରୁ ସବୁଠୁ ଅଧିକ ଲାଭ ଗରିବଙ୍କୁ ହୋଇଛି । ଦଳିତ, ପଛୁଆ, ଆଦିବାସୀଙ୍କୁ ଲାଭ ମିଳିଛି । ସବକା ସାଥ ସବକା ବିକାଶ ଏହି ମଡେଲ ଆଜି ବିଶ୍ବକୁ ରାସ୍ତା ଦେଖାଉଛି ।''
-
#WATCH | On opposition bloc INDIA, PM Modi says, "This INDI alliance doesn't have a leader...they have also decided on a hidden agenda to attack India's culture. The INDI alliance has come with a resolution to end 'Sanatan' culture..." pic.twitter.com/rlO7nuB7vW
— ANI (@ANI) September 14, 2023 " class="align-text-top noRightClick twitterSection" data="
">#WATCH | On opposition bloc INDIA, PM Modi says, "This INDI alliance doesn't have a leader...they have also decided on a hidden agenda to attack India's culture. The INDI alliance has come with a resolution to end 'Sanatan' culture..." pic.twitter.com/rlO7nuB7vW
— ANI (@ANI) September 14, 2023#WATCH | On opposition bloc INDIA, PM Modi says, "This INDI alliance doesn't have a leader...they have also decided on a hidden agenda to attack India's culture. The INDI alliance has come with a resolution to end 'Sanatan' culture..." pic.twitter.com/rlO7nuB7vW
— ANI (@ANI) September 14, 2023
ଜି20ର ସମ୍ମିଳନୀର ସଫଳତା 140 କୋଟି ଭାରତୀୟଙ୍କର: ନୂଆଦିଲ୍ଲୀରେ ଜି 20 ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ଆପଣମାନେ ତାହା ଦେଖିଲେ ତାକୁ ନେଇ ଆଜି ଦେଶବାସୀ ଗର୍ବିତ । ଏହାର ସମସ୍ତ ଶ୍ରେୟ ମୋଦିର ନୁହେଁ ଆପଣ ସମସ୍ତଙ୍କର । 140 କୋଟି ଭାରତୀବାସୀଙ୍କ ପାଇଁ ଜି20 ସମ୍ମିଳନୀ ସଫଳ ହୋଇଛି । ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ଅତିଥି ଆଜି ଭାରତବାସୀଙ୍କ ଗୁଣଗାନ କରୁଛନ୍ତି । ଜି 20 ସମ୍ମିଳନୀର ସଫଳତା ଭାରତର ସମୂହିକ ଶକ୍ତିର ପ୍ରମାଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମଧ୍ୟପ୍ରଦେଶରୁ ବିରୋଧୀଙ୍କ ଉପର ବର୍ଷିଲେ ମୋଦି: ସ୍ବାଧୀନତା ପରେ ମଧ୍ୟପ୍ରେଦଶରେ ଯିଏ ଅଧିକ ସମୟ ଧିରି ଶାସନ କରୁଥିଲେ ସେ ରାଜ୍ୟକୁ କିଛି ଦେଇନାହାନ୍ତି । କେବଳ ଅପରାଧ ଓ ଭ୍ରଷ୍ଟାଚାର କରିଛନ୍ତି । ଗୋଟିଏ ପଟେ ଆଜିର ଭାରତ ଦୁନିଆକୁ ଯୋଡିବାକୁ ଚେଷ୍ଟା କରୁଛି । ହେଲେ ଦେଶରେ କିଛି ଦଳ ଅଛନ୍ତି ଯିଏ ଦେଶକୁ ବିଭାଜିତ କରିବାକୁ ଚାହୁଁଛନ୍ତି । ଗୋଟିଏ ଇଣ୍ଡିଆ ମେଣ୍ଟ କରିଛନ୍ତି ତାକୁ କେହି କେହି ଘମଣ୍ଡିଆ ମେଣ୍ଟ ବୋଲି କହୁଛନ୍ତି ତାଙ୍କର ନେତା ସ୍ଥିର ନାହାନ୍ତି । ନେତୃତ୍ବ ଉପରେ ଏକ ଭ୍ରମ । ଏହି ମେଣ୍ଟ ତାଙ୍କର ଏକ ଏଜେଣ୍ଡା କରିଛନ୍ତି । ଏହି ମେଣ୍ଟର ନୀତି ହେଉଛି ଭାରତର ସଂସ୍କୃତି ଉପରେ ଭାରତ ଆସ୍ଥା ଉପରେ ଆଟାକ କରିବା । ଏହି ଇଣ୍ଡିଆ ମେଣ୍ଟ ସନାତନ ପରମ୍ପରାକୁ ଶେଷ କରିବାକୁ ସଂକଳ୍ପ ନେଇଛି । ଏହି ମେଣ୍ଟର ଲୋକ ସନାତନ ସଂସ୍କାରକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଯୋଗ ଦେଇ କହିଛନ୍ତି, '' 2014ରେ ଦେଶରେ 2854 ପେଟ୍ରୋଲ ପମ୍ପ ଥିଲା ମାତ୍ର ଆଜି ଅର୍ଥାତ 2023ରେ ଏହା 5983ରେ ପହଞ୍ଚିଛି । 2014ରେ ଏଲପିଜି ଡିଷ୍ଟ୍ରିବ୍ୟୁଟର୍ସ 865 ଥିଲା ମାତ୍ର ଏବେ 1552ରେ ପହଞ୍ଚିଛି । 2014ରେ 70 ଲକ୍ଷ ଏଲପିଜି ସଂଯୋଗ ପାଇଥିଲେ ମାତ୍ର ଏବେ ଏହା 185ରେ ପହଞ୍ଚିଛି । ଏଲପିଜି ପେନିଟ୍ରେସନ 44%ରୁ 100%ରେ ପହଞ୍ଚିଛି । ପାଇପ ନାଚ୍ୟୁରାଲ ଗ୍ୟାସ 2014ରେ 2700 ଥିଲା ଆଜି 2,15 185ରେ ପହଞ୍ଚିଛି ।''