ETV Bharat / bharat

PM Modi Visits Kedarnath: କେଦାରନାଥ ଧାମରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଗସ୍ତ

କେଦାରନାଥରେ ପହଞ୍ଚି ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ପରେ ବଦ୍ରିନାଥ ଧାମ ଯିବେ । ଅଧିକ ପଢନ୍ତୁ

ଦେବଭୂମିରେ ମୋଦି: କେଦାରନାଥ ଧାମରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

author img

By

Published : Oct 21, 2022, 9:33 AM IST

Updated : Oct 21, 2022, 12:09 PM IST

ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ଦୁଇ ଦିନିଆ ଦେବଭୂମି ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି(PM Modi Uttarakhand tour) । ଆଜି ସକାଳ ସାଢେ ୮ଟା ସମୟରେ ପ୍ରଧାନମନ୍ତ୍ରୀ ପବିତ୍ର କେଦାରନାଥ ଧାମରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚିବା ପରେ ମୋଦି ସର୍ବପ୍ରଥମେ ବାବା କେଦାରନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସେ କେଦାରନାଥ ରୋପୱେ(Kedarnath ropeway) ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ରୋପୱେ ପ୍ରାୟ ୯.୭ କିଲୋମିଟର ଥିବାବେଳେ ଏହା ଗୋରୀକୁଣ୍ଡ ଓ କେଦାରନାଥକୁ ସଂଯୋଗ କରିବ । ପୂର୍ବରୁ ଏହି ଦୁଇଟି ସ୍ଥାନକୁ ଯାତ୍ରା ପାଇଁ ୬ରୁ ୭ ଘଣ୍ଟା ସମୟ ଲାଗୁଥିଲା । ମାତ୍ର ରୋପୱେ ଦ୍ବାରା ଏଣିକି ଶ୍ରଦ୍ଧାଳୁମାନେ ମାତ୍ର ୩୦ ମିନିଟରେ ଏଠାରେ ପହଞ୍ଚି ପାରିବେ ।

PM Modi Visits Kedarnath: କେଦାରନାଥ ଧାମରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ପ୍ରକଳ୍ପର ଶିଳ୍ୟାନ୍ୟାସ ପରେ ପ୍ରଧାନମନ୍ତ୍ରୀ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମାଧିସ୍ଥଳ ପରିଦର୍ଶନ କରିବେ । ଏହାବାଦ୍ ମୋଦି ମନ୍ଦାକିନୀ ଅଷ୍ଟପଥ ଓ ସରସ୍ବତୀ ଅଷ୍ଟପଥର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କେଦାରନାଥ ଦର୍ଶନ ପାଇଁ ଏହି ପବିତ୍ର ଧାମକୁ ୧୨ କ୍ବିଣ୍ଟାଲ ଫୁଲରେ ସଜା ଯାଇଛି । ତେବେ କେଦାରନାଥରେ ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାରି ଏହିଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ସିଧା ବଦ୍ରିନାଥ ଧାମରେ ପହଞ୍ଚିବେ(PM Modi in Kedarnath-Badrinath) । ଦିନ ସାଢେ ୧୧ଟାରେ ସେ ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ କରିବେ ।

ଦେବଭୂମିରେ ମୋଦି: କେଦାରନାଥ ଧାମରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ
ଦେବଭୂମିରେ ମୋଦି: କେଦାରନାଥ ଧାମରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଏହାପରେ ପ୍ରଧାମନ୍ତ୍ରୀ ବଦ୍ରିନାଥରେ ନଦୀତଟ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ । ପୂର୍ବାହ୍ନ ସାଢେ ୧୨ଟା ସମୟରେ ମୋଦି ଦେଶର ଶେଷ ଗାଁ ମାନା ଗସ୍ତ କରିବେ । ଏଠାରେ ସେ ସଡକ ପରିଯୋଜନା ସହିତ ହେମକୁଣ୍ଡ ରୋପୱେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବଦ୍ରିନାଥ ଠାରେ ପ୍ରଧାନମନ୍ତ୍ରୀ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆଗମନା ପ୍ଲାଜା ଓ ହ୍ରଦ ବିକାଶ କାର୍ଯ୍ୟର ପ୍ରଗତି ସମୀକ୍ଷା କରିବେ ।

Last Updated : Oct 21, 2022, 12:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.