ETV Bharat / bharat

Civil Services Day: ଜିଲ୍ଲାଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କର

author img

By

Published : Apr 21, 2022, 5:28 PM IST

ଆଜି ସିଭିଲ୍‌ ସର୍ଭିସ ଡେ । ଦିଲ୍ଲୀରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ନିଜ କାର୍ଯ୍ୟକ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାଧିକାରୀଙ୍କୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

Civil Services Day: ଜିଲ୍ଲାଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କର
Civil Services Day: ଜିଲ୍ଲାଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କର

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ସିଭିଲ ସର୍ଭିସ ଡେ। ଏହି ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏକ୍ସଲେନ୍ସି ଇନ ପବ୍ଲିକ ଆଡମିନିିଷ୍ଟ୍ରେସନ କନଫରେନ୍ସକୁ ସମ୍ବୋଧିତ କରି ପ୍ରଶାସନିକ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଆହୁରି ତ୍ବରିତ ହେବାର ଆବଶ୍ୟକତା ରହିଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଏହାକୁ ତ୍ବରାନିତ ଭାବେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇ ଯୋଜନାର ସୁଫଳକୁ ସୁଦୂରପ୍ରସାରୀ କରାଇବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଶାସନିକ ଅଧିକାରୀଙ୍କୁ ଗୁରୁମନ୍ତ୍ର ବାଣ୍ଟି ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସେମାନେ ଯେକୌଣସି ଗୋଟିଏ ଯୋଜନାକୁ ଚୟନ କରନ୍ତୁ । ନିଜେ କାର୍ଯ୍ୟରତ ଥିବା ଅଞ୍ଚଳରେ ଏହାର ସମ୍ପୂର୍ଣ୍ଣ ସଫଳତାର ସହ କାର୍ଯ୍ୟକାରିତା ନେଇ ଏକ ଡ୍ରାଫ୍ଟ ପ୍ଲାନ ପ୍ରସ୍ତୁତି ଆଧାରରେ ମିଶନ ମୋଡରେ କାମ ଜାରି ରଖନ୍ତୁ । ସେହିପରି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପ୍ରଶାସନିକ ଅଧିକାରୀଙ୍କ ଉତ୍ତରଦାୟିତ୍ବ ମନେ ପକାଇଛନ୍ତି ମୋଦି । ଦେଶର ଐକ୍ୟ ଓ ସଦଭବାବନା ବଜାୟ ରଖିବାରେ ପ୍ରଶାସକଙ୍କ ଗୁରୁ ଦାୟିତ୍ବ ରହିଛି । ଏ ଦିଗରେ ମଧ୍ୟ ସେମାନେ କାର୍ଯ୍ୟ କରିବା ଉଚିତ ।

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ବର୍ଷ 2021 ପାଇଁ ମନୋନୀତ ହୋଇଥିବା ଅଧିକାରୀଙ୍କୁ ସମ୍ମାନୀତ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତୀୟ କାର୍ଯ୍ୟପାଳିକାରେ କାର୍ଯ୍ୟରତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇବା ସହ ସେମାନେ ଏକାଧିକ କ୍ଷେତ୍ରରେ ବେସ ଉଲ୍ଲେଖନୀୟ ଭାବେ କାର୍ଯ୍ୟ ଜାରି ରଖିଥିବା କହିଛନ୍ତି ମୋଦି । 1947 ଏପ୍ରିଲ 21 ତାରିଖରେ ପ୍ରଥମ ଥର ସିଭିଲ ସର୍ଭିସ ଡେ ପାଳନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.