ETV Bharat / bharat

କାର୍ଗିଲ ହିରୋଙ୍କୁ ମନେ ପକାଇଲେ ମୋଦି

author img

By

Published : Jul 25, 2021, 1:09 PM IST

'ମନ କି ବାତ'ର ୭୯ତମ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ କାର୍ଗିଲ ଯୁଦ୍ଧର ସମସ୍ତ ହିରୋଙ୍କୁ ସଲାମ କରିବା ସହିତ ସେମାନଙ୍କ ବଳିଦାନ ବିଷୟରେ ଦେଶବାସୀଙ୍କୁ କହିଛନ୍ତି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: 'ମନ କି ବାତ'ର ୭୯ତମ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି କାର୍ଗିଲ ବିଜୟ ଦିବସ । ଏଥିରେ କାର୍ଗିଲ ଯୁଦ୍ଧର ସମସ୍ତ ହିରୋଙ୍କୁ ସଲାମ କରିବା ସହିତ ସେମାନଙ୍କ ବଳିଦାନ ବିଷୟରେ ଦେଶବାସୀଙ୍କୁ କହିଛନ୍ତି ।

କାର୍ଗିଲ ଯୁଦ୍ଧରେ ବୀରତ୍ବ ଦେଖାଇଥିବା ସମସ୍ତ ବୀରଙ୍କୁ ଜୁଲାଇ ୨୬ରେ ସଲାମ କରିବାର ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦି । ସେ ଆହୁରି କହିଛନ୍ତି କାର୍ଗିଲ ଯୁଦ୍ଧ ଆମ ସୁରକ୍ଷାବାହିନୀର ବୀରତ୍ବ ଓ ଅନୁଶାସନର ପ୍ରତୀକ ଯାହା ସାରା ବିଶ୍ବ ଦେଖିଛି । କାର୍ଗିଲର ସେହି କାହାଣୀ ବିଷୟରେ ସମସ୍ତେ ଜାଣନ୍ତୁ । ଏହି ଦିନକୁ ଭାରତ ଅମୃତ ମହୋତ୍ସବ ଭାବରେ ପାଳନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆସନ୍ତାକାଲି(ସୋମବାର) କାର୍ଗିଲ ବିଜୟ ଦିବସର 22 ତମ ବାର୍ଷିକୀ ପାଳନ କରିବ ସାରା ଦେଶ । ଭାରତୀୟ ସଶସ୍ତ୍ର ବାହିନୀ ଜୁଲାଇ 26, 1999ରେ ପାକିସ୍ତାନକୁ ପରାସ୍ତ କରିଥିଲା। ସେହି ଦିନଠାରୁ ଏହି ଦିନକୁ 'କାର୍ଗିଲ ବିଜୟ ଦିବସ 'ଭାବରେ ପାଳନ କରାଯାଇ ଆସୁଛି ।

ଅଗଷ୍ଟ 15, 2022ରେ ଭାରତର 75 ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି । ଅମୃତ ମହୋତ୍ସବର ଏକ ଅଂଶ ଭାବରେ ସମଗ୍ର ଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ସରକାରଙ୍କ ଦ୍ବାରା 'ଲୋକ ଆନ୍ଦୋଳନ' ଭାବରେ ଅମୃତ ମହୋତ୍ସବ ପାଳନ କରାଯାଉଛି ।

ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଖଦି ସାମଗ୍ରୀ କିଣିବା ସହିତ 'ଭାରତ ଯୋଡ ଆନ୍ଦୋଳନରେ' କିଛି ଅବଦାନ ରଖିବାକୁ ଅନୁରୋଧ କରିଛନ୍ତି ମୋଦି । ଆଗକୁ ଜାତୀୟ ହସ୍ତତନ୍ତ୍ର ଦିବସ ଆସୁଛି ଏହି ଅବସରେ ହସ୍ତଶିଳ୍ପର ବିକାଶ ପାଇଁ ଯଥା ସମ୍ବବ ପଦକ୍ଷେପ ନେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଦେଶ ପ୍ରଥମ । ଯାହା ବି କିଛି ହୋଇଯାଉ ନା କାହିଁକି ଦେଶର ଉନ୍ନତି ପାଇଁ ସମସ୍ତଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଜଳ ସଂରକ୍ଷଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରକୃତି ଓ ପରିବେଶ ସୁରକ୍ଷା ଆମର ପରମ୍ପରା ଓ ସଂସ୍କୃତି ଅନ୍ତର୍ଭୁକ୍ତ । ଦୈନନ୍ଦିନ ଜୀବନରେ ପାଣିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବର୍ଷା ଜଳର ପ୍ରତି ବୁନ୍ଦାକୁ ସଂରକ୍ଷିତ କରିବାକୁ ପଡିବ ବୋଲି କହିଛନ୍ତି ମୋଦି । କୋରୋନା ବିରୋଧରେ ଦେଶବ୍ୟାପୀ ଟୀକାକରଣ ଜାରି ରହିଛି । ବିଜ୍ଞାନ ଉପରେ ଭରସା କରି ଟିକାକୁ ନେଇ ଗୁ଼ଜବରେ ବିଶ୍ବାସ ନ କରି ଟୀକାକରଣ ଅଭିଯାନରେ ସାମିଲ ହେବାକୁ ଲୋକଙ୍କୁ କହିଛନ୍ତି ମୋଦି । ଟିକାକୁ ନେଇ ତାଙ୍କ ମାଆଙ୍କ ଉଦାହରଣ ଦେଇଛନ୍ତି ମୋଦି ।

ମନ କି ବାତ କାର୍ଯ୍ୟକ୍ରମ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ଅନୁଷ୍ଠିତ ହୋଇଥାଏ । ଯେଉଁଥରେ ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି ପ୍ରଧାନମନ୍ତ୍ରୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.