ETV Bharat / bharat

ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଆମ କ୍ରୀଡାବିତମାନେ GOAT

author img

By ETV Bharat Odisha Team

Published : Oct 11, 2023, 7:38 AM IST

Updated : Oct 11, 2023, 10:09 AM IST

19ତମ ଏସୀୟ କ୍ରୀଡା 2023ରେ ଭାଗ ନେଇ ପଦକ ହାସଲ କରିଥିବା ସମସ୍ତ କ୍ରୀଡାବିତଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Meet Champions: ଏସିଆନ ଗେମ୍ସ କ୍ରୀଡାବିତଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଏସୀୟାନ ଗେମ୍ସର ପଦକ ହାସଲ କରିଥିବା ସମସ୍ତଙ୍କୁ ମୁଁ 140 କୋଟି ଭାରତୀୟଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଉଛନ୍ତି । ତୁମେ ବିଦେଶର ଇତିହାସ ରଚି ଫେରିଛି । ତୁମେମାନେ ଯେଉଁ ପରିଣାମ ଦେଇଛ ଯେଉଁ ପରାକ୍ରମ କରିଛ ସେ ନେଇ ଦେଶର କୋଣ କୋଣରେ ଏକ ଉତ୍ସବ ମାହୋଲ । ପଦକ 100 ପାର ପାଇଁ ତୁମ ଦିନ ରାତି ଏକ କରିଛ । ଏସିଆନ ଗେମ୍ସରେ ତୁମଙ୍କ ପ୍ରଦର୍ଶନକୁ ନେଇ ଦେଶ ଗର୍ବିତ । ଆମ କ୍ରୀଡାବିତମାନେ ଗୋଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ଚୀନରେ ସଦ୍ୟ ସମାପ୍ତ 19ତମ ଏସୀୟ କ୍ରୀଡ଼ା 2023ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତମାନଙ୍କୁ ସମ୍ବୋଧିତ କରି ଏହା କହିବା ସହିତ ଡ୍ରଗ୍ସ ମୁକ୍ତ ଭାରତ ଅଭିଯାନରେ ସାମିଲ ହେବାକୁ ଅହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Glimpses from the very special meeting with our Asian Games contingent, their coaches and support staff.

    The unwavering spirit, dedication and the countless hours of hard work of every athlete is inspiring.

    The accomplishments of our athletes have not just added to India's… pic.twitter.com/L9edaCS4tA

    — Narendra Modi (@narendramodi) October 10, 2023 " class="align-text-top noRightClick twitterSection" data=" ">

ଡ୍ରଗ୍ସ ମୁକ୍ତ ଭାରତ ଆହ୍ବାନ: ଦେଶ ଏବେ ଡ୍ରସ୍ସ ବିରୋଧରେ ଲଢ଼େଇ ଲଢୁଛି । ଡ୍ରଗ୍ସର କୁପ୍ରଭାବ ସମ୍ପର୍କରେ ସମସ୍ତେ ଅବଗତ । ଅଜଣାତରେ ସେବନ କରୁଥିବା କିଛି ନିସିଦ୍ଧ ଔଷଧ ବହୁ ଖେଳାଳିଙ୍କ ଜୀବନ ବରବାଦ କରି ଦେଇଛି । ଆପଣମାନେ ସମସ୍ତଙ୍କ ପାଇଁ ପ୍ରେରଣା । କାରଣ ଆପଣମାନେ ଠିକ ରାସ୍ତାରେ ଯାଇ ସଫଳତା ହାସଲ କରିଛନ୍ତି । ତେଣୁ ଆପଣମାନେ ଅନ୍ୟମାନଙ୍କୁ ସଚେତନ କରାଇବେ । ଭୁଲ ରାସ୍ତାରେ ଯାଇ କେବେ ସଫଳତା ମିଳିବ ନାହିଁ । ସମସ୍ତେ 'ଡ୍ରଗ୍ସ ମୁକ୍ତ ଭାରତ' ଅଭିଯାନରେ ସାମିଲ ହୋଇ ଦେଶର କ୍ରୀଡାକୁ ଆଗକୁ ନେବାରେ ଭାଗିଦାରୀ ହୁଅନ୍ତୁ ।''

  • PM Narendra Modi tweets, "Glimpses from the very special meeting with our Asian Games contingent, their coaches and support staff. The unwavering spirit, dedication and the countless hours of hard work of every athlete is inspiring. The accomplishments of our athletes have not… pic.twitter.com/YDUwEGglos

    — ANI (@ANI) October 10, 2023 " class="align-text-top noRightClick twitterSection" data=" ">

ଆମ କ୍ରୀଡାବିତ୍ GOAT: ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଆମ କ୍ରୀଡାବିତ ଗୋଟ୍ । (GOAT) 'Greatest of all time' । ଦେଶ ପାଇଁ ତୁମେମାନେ ଗୋଟ୍ । ଏଥର ପଦକ ତାଲିକାରେ ଆମର ଏକାଧିକ ଅଳ୍ପ ବୟସର ପିଲା ପଦକ ଜିତି ଦେଶକୁ ଗୌରବାନ୍ବିତ କରିଛନ୍ତି । ଏହା ସ୍ପୋର୍ଟିଂ ନେସନର ପ୍ରତୀକ । ଏବେ ସମସ୍ତ ଗୋଟିଏ କଥା କହୁଛନ୍ତି ତାହା ହେଉଛି ଗୋଟ୍ ବା ସର୍ବକାଳୀନ ଶ୍ରେଷ୍ଠ । ଦେଶପାଇଁ ତୁମେମାନେ ଗୋଟ୍ । କ୍ରୀଡ଼ାବିତଙ୍କ ମାତାପିତାଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ପରିବାରର ଅବଦାନ ଓ ବଳିଦାନକୁ ଉଲ୍ଲେଖ କରିଥିଲେ । ପ୍ରଶିକ୍ଷଣ କ୍ଷେତ୍ରଠାରୁ ଆରମ୍ଭ କରି ପୋଡିୟମ ପର୍ଯ୍ୟନ୍ତ ମାତାପିତାଙ୍କ ସହାୟତା ବିନା ଏହି ଯାତ୍ରା ସମ୍ଭବ ହୋଇନଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆପଣମାନଙ୍କ ଜୋସ, ସମର୍ପଣ ଓ ପିଲାଦିନ କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣା । ଆଗକୁ ପ୍ୟାରିସ୍‌ ଅଲମ୍ପିକ୍ସ ଅଛି ସେଥିରେ ପୁରା ଦମ ଦେଖାଇ ପ୍ରଦର୍ଶନ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହାବି ପଢନ୍ତୁ- ଆଜି ଏସିଆନ ଗେମ୍ସରେ ଭାଗ ନେଇଥିବା ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ନାରୀଶକ୍ତିଙ୍କ ପ୍ରଦର୍ଶନକୁ ପ୍ରଶଂସା: 19ତମ ଏସୀୟ କ୍ରୀଡାରେ ମହିଳା ଖେଳାଳୀଙ୍କ ଉଲ୍ଲେଖନୀୟ ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ନାରୀଶକ୍ତିଙ୍କ ଜବରଦସ୍ତ ପ୍ରଦର୍ଶନକୁ ନେଇ ଗର୍ବ ଅନୁଭବ କରୁଛି । ଏହା ଭାରତର ଝିଅମାନଙ୍କ ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି । ଭାରତ ହାସଲ କରିଥିବା ସବୁ ପଦକ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ମହିଳା ଖେଳାଳୀମାନେ ଜିତିଛନ୍ତି ଏବଂ ମହିଳା କ୍ରିକେଟ‌ ଦଳ ହିଁ ପ୍ରଥମେ ଏହି ସଫଳତାର ପର୍ଯ୍ୟାୟ ଆରମ୍ଭ କରିଥିଲା । ମହିଳା ଦୌଡ଼କୁଦ ଦଳ ସେମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ଦୌଡ଼କୁଦ ଖେଳାରେ ଭାରତର ଝିଅମାନେ ୧ ନମ୍ବର ସ୍ଥାନ ଠାରୁ କିଛି କମରେ ସନ୍ତୁଷ୍ଟ ହେଉନାହାନ୍ତି । ଏହା ନୂତନ ଭାରତର ଉତ୍ସାହ ଓ ସାମର୍ଥ୍ୟକୁ ପ୍ରମାଣିତ କରୁଛି । ଚୂଡ଼ାନ୍ତ ହ୍ବିସିଲ ନବାଜିବା ଏବଂ ବିଜେତା ଘୋଷଣା ନହେବା ପର୍ଯ୍ୟନ୍ତ ଭାରତ କେବେ ଅଟକି ନାହିଁ । ନୂତନ ଭାରତ ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ପ୍ରୟାସ କରିଛି ବୋଲି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ସର୍ବାଧିକ ପଦକ ତାଲିକା ବିଷୟରେ ଉଲ୍ଲେଖ କରି, ପ୍ରଧାନମନ୍ତ୍ରୀ ବନ୍ଧୁକ ଚାଳନା, ସ୍କ୍ବାଶ୍‌, ରୋଇଂ, ମହିଳା ବକ୍ସିଂ ଏବଂ ମହିଳା ଓ ପୁରୁଷ କ୍ରିକେଟ ଓ ସ୍କ୍ବାଶ, ପ୍ରତିଯୋଗିତାରେ ପ୍ରଥମ ସ୍ବର୍ଣ୍ଣ ପଦକ ବିଷୟରେ କହିଥିଲେ । ଆମକୁ କେତେକ ପ୍ରତିଯୋଗିତାରେ ଦୀର୍ଘ ବର୍ଷ ପରେ ପଦକ ମିଳିଛି । ମହିଳା ସଟପୁଟରେ ୭୨ ବର୍ଷ ପରେ, ଚାରି ଗୁଣା ୧୦୦ ମିଟରରେ ୬୧ ବର୍ଷ ପରେ, ଅଶ୍ବଚାଳନାରେ ୪୧ ବର୍ଷ ପରେ ଏବଂ ପୁରୁଷ ବ୍ୟାଡମିଣ୍ଟନରେ ୪୦ ବର୍ଷ ପରେ ପଦକ ମିଳିଛି । ଆପଣମାନଙ୍କ ପ୍ରୟାସ ଯୋଗୁଁ ଏତେ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଲା । ଭାରତ ଅଂଶଗ୍ରହଣ କରିଥିବା ପ୍ରାୟ ସବୁ ଖେଳରେ ପଦକ ଜିତିଥିବାରୁ ଏହି ସଫଳତାକୁ ଆହୁରି ବିସ୍ତାରିତ ହେବ । ଅତିକମରେ ୨୦ଟି ଖେଳରେ ଭାରତ ପୂର୍ବରୁ କେବେ ପଦକ ଜିତିପାରିନଥିଲା । ଆପଣମାନେ କେବଳ ଏଥିରେ ଖାତା ଖୋଲିନାହାନ୍ତି ବରଂ ଯୁବପିଢ଼ିଙ୍କୁ ମଧ୍ୟ ଅନୁପ୍ରାଣିତ କରିଛନ୍ତି । ଏସୀୟ କ୍ରୀଡ଼ା ଠାରୁ ଆହୁରି ଆଗକୁ ଯିବ । ଆମର ଅଲିମ୍ପିକ୍ସ ଯାତ୍ରାକୁ ଏକ ନୂଆ ଆତ୍ମବିଶ୍ବାସ ଦେବ । ବିଫଳତାକୁ ନେଇ ନିରାଶ ହେବାର କୌଣସି କାରଣ ନାହିଁ କାରଣ ବିଫଳତାରୁ ସଫଳତା ମିଳିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏସୀୟ କ୍ରୀଡା 2023ରେ ଅସାଧାରଣ ପ୍ରଦର୍ଶନ ପାଇଁ କ୍ରୀଡାବିତମାନଙ୍କୁ ଅଭିନନ୍ଦନ ଜଣାଇବା ଏବଂ ଭବିଷ୍ୟତର ପ୍ରତିଯୋଗିତା ପାଇଁ ସେମାନଙ୍କୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ କ୍ରମେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚଳିତ ଏସୀୟ କ୍ରୀଡାରେ ଭାରତ 28ଟି ସ୍ବର୍ଣ୍ଣ ପଦକ ସମେତ ମୋଟ ୧୦୭ଟି ପଦକ ହାସଲ କରିଥିଲେ । ମୋଟ ପଦକ ସଂଖ୍ୟା ଦୃଷ୍ଟିରୁ ଏହା ଭାରତର ବର୍ତ୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ଏସୀୟ କ୍ରୀଡା ପ୍ରଦର୍ଶନ । ଏହି କାର୍ଯ୍ୟକ୍ରମରେ ଏସୀୟ କ୍ରୀଡାରେ ଭାଗ ନେଇଥିବା ଭାରତୀୟ ଖେଳାଳୀ, ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ ସଂଘର ପଦାଧିକାରୀ, ଜାତୀୟ କ୍ରୀଡା ସଂଘ ଗୁଡିକର ପ୍ରତିନିଧି, କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଅଧିକାରୀ ଗଣ ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ । 1951ରେ ପ୍ରଥମ ଏସିଆନ ଗେମ୍ସ ହୋଇଥିବା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Last Updated : Oct 11, 2023, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.