ETV Bharat / bharat

ଆଜି ୟୁପିରେ PMASBY ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - PMASBY

ଆଜି(ସୋମବାର) ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ(PMASBY) ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଆଜି ୟୁପିରେ PMASBY ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

author img

By

Published : Oct 25, 2021, 7:28 AM IST

Updated : Oct 25, 2021, 7:39 AM IST

ଲକ୍ଷ୍ନୌ: ଆଜି(ସୋମବାର) ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରଣାସୀରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ(PMASBY) ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅପରାହ୍ନ ୧ଟା ୧୫ରେ କାର୍ଯ୍ୟକ୍ରମ ଆରମ୍ଭ ହେବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବାହ୍ନ ୧୦ଟା ୩୦ରେ ସିର୍ଦ୍ଦାର୍ଥନଗରରେ ୯ଟି ମେଡିକାଲ କଲେଜର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହା ସହିତ ବାରଣାସୀରେ ୫୨୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ ।

ଦେଶର ପ୍ରତି କୋଣ ଅନୁକୋଣରେ ସ୍ବାସ୍ଥ୍ୟ ସୁବିଧା ପହଞ୍ଚାଇବା ଏହି ଯୋଜନାର ମୁଖ ଲକ୍ଷ୍ୟ । କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ଅଣସଂରକ୍ଷିତ, ପଛୁଆ ଏବଂ ଆକାଂକ୍ଷା ଜିଲ୍ଲାକୁ ଅଗ୍ରାଧିକାର ଦିଆଯିବ । ଏହି ଯୋଜନାରେ ସ୍ବାସ୍ଥ୍ୟ ବୃତ୍ତିଗତଙ୍କ ଉପଲବ୍ଧତା ବୃଦ୍ଧି, ମେଡିକାଲ କଲେଜ ବଣ୍ଟନରେ ଏବଂ ଜିଲ୍ଲା ଡାକ୍ତରଖାନାର ଭିତ୍ତିଭୂମିକୁ ଫଳପ୍ରଦ ଭାବରେ ଉପଯୋଗ କରିବା ଲକ୍ଷ୍ୟରେ ପ୍ରସ୍ତୁତ ହୋଇଛି ।

ଏହି ଯୋଜନାର ତିନୋଟି ପର୍ଯ୍ୟାୟରେ ସାରା ଦେଶରେ 157 ଟି ନୂତନ ମେଡିକାଲ କଲେଜ ଅନୁମୋଦିତ ହୋଇଛି, ସେଥିମଧ୍ୟରୁ 63 ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇସାରିଛି ବୋଲି ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୟୁପି ରାଜ୍ୟପାଳ ଆନନ୍ଦିବେନ ପଟେଲ, ସିଏମ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଉପସ୍ଥିତ ରହିବେ ।

PMASBY କଣ ?

PMASBYର ଉଦ୍ଦେଶ୍ୟ ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୂମି, ନୀରିକ୍ଷଣ, ଏବଂ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଥିବା ଆବଶ୍ୟକତାକୁ ପୂରଣ କରିବା । ସ୍ବାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବାରେ ସମ୍ପ୍ରଦାୟକୁ ଆତ୍ମନିର୍ଭରଶୀଳ କରିବା ।

PMASBY ଅଧୀନରେ ଥିବା ପଦକ୍ଷେପଗୁଡିକ ସମସ୍ତ ସ୍ତରରେ ନିରନ୍ତର ସ୍ବାସ୍ଥ୍ୟ ବ୍ୟବସ୍ଥା ଏବଂ ଅନୁଷ୍ଠାନଗୁଡିକର ଦକ୍ଷତା ବିକାଶ ଉପରେ ଧ୍ୟାନ ଦେବ । ଯାହା ପ୍ରାଥମିତ ପ୍ରର୍ଯ୍ୟାୟରେ ଭବିଷ୍ୟତର ମହାମାରୀ ହେଉ କି ବିପର୍ଯ୍ୟୟ ସବୁର ମୁକାବିଲା ପାଇଁ ସ୍ବାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେବ । ଏହି ଯୋଜନା ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ପାଣ୍ଠି ଯୋଗାଇବ ।

@ANI

Last Updated : Oct 25, 2021, 7:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.