ETV Bharat / bharat

ଆଜି ପୁଣେରେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କଲେ ପିଏମ୍‌ ମୋଦି

author img

By

Published : Mar 6, 2022, 10:44 AM IST

Updated : Mar 6, 2022, 1:03 PM IST

ଆଜି ପୁଣେରେ ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଆଜି ପୁଣିରେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କରିବେ ପିଏମ୍‌ ମୋଦି

ମୁମ୍ବାଇ: ଆଜି ପୁଣେ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(pm modi to visit pune) । ପୁଣେରେ ଆଜି(ରହିବାର) ମେଟ୍ରୋ ରେଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୋଦି । ଏହାପରେ ସେ ପୁଣେ ମୁନିସିପାଲିଟି କର୍ପୋରେସନ ପରିସରରେ 9.5 ଫୁଟ୍ ଉଚ୍ଚତା ବିଶିଷ୍ଟ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଆଜି ଦିନ ସାଢେ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋ ରେଳ ପ୍ରୋଜେକ୍ଟକୁ ଉଦଘାଟନ କରିଛନ୍ତି । ମେଟ୍ରୋ ପ୍ରକଳ୍ପ ପୁଣେର ସହରାଞ୍ଚଳ ପାଇଁ ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଗାଇବ । ଏଥିପାଇଁ ସମୁଦାୟ ୧୧,୪୦୦ କୋଟିର ବ୍ୟୟ ଅଟକଳ ହୋଇଛି । ୨୦୧୬ ଡିସେମ୍ବର ୨୪ରେ ପୁଣେ ମେଟ୍ରୋ ରେଳ ପ୍ରୋଜେକ୍ଟର ମୂଳଦୁଆ ପକାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଏହାପରେ ପୂର୍ବାହ୍ନ ୧୨ଟା ସମୟରେ ମୋଦି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏବଂ ଉଦଘାଟନ କରିବେ । ଆଜି ମୁଲା-ମୁଥା ନଦୀ ପ୍ରକଳ୍ପର ନବୀକରଣ ଓ ପ୍ରଦୂଷଣ ହ୍ରାସ ପାଇଁ ପ୍ରକଳ୍ପର ମଧ୍ୟ ମୂଳଦୁଆ ପକାଇବେ । ଏଥିପାଇଁ ମୋଟ ୧,୪୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମସ୍ତ ପାରାଗ୍ଲାଇଡିଂକୁ ବାରଣ କରାଯିବା ସହ ଆକାଶରେ ହଟ୍ ବେଲୁନ ଉଡାଣ ଉପରେ ରୋକ୍ ଲଗାଇଛି ପ୍ରଶାସନ ।

Last Updated : Mar 6, 2022, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.