ETV Bharat / bharat

20th ASEAN summit: ଆଜି ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ, ଦିନିକିଆ ଗସ୍ତ ଉପରେ ସଭିଙ୍କ ନଜର - 20ତମ ଏସିଆନ ସମ୍ମିଳନୀ

ଜି20 ସମ୍ମିଳନୀ ପୂର୍ବରୁ ଆଜି ଇଣ୍ଡୋନେସିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 20ତମ ଏସିଆନ ସମ୍ମିଳନୀରେ ଯୋଗ ଦେବେ । ଅଧିକ ପଢନ୍ତୁ

20th ASEAN summit
pm modi to visit Indonesia today
author img

By ETV Bharat Odisha Team

Published : Sep 6, 2023, 9:56 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ବୁଧବାର) ଦିନିକିଆ ଇଣ୍ଡୋନେସିଆ ଗସ୍ତ କରିବେ । 20ତମ ଏସିଆନ ସମ୍ମିଳନୀରେ ଯୋଗ ଦେବାକୁ ଆଜି ସନ୍ଧ୍ୟାରେ ଦିଲ୍ଲୀରୁ ଇଣ୍ଡୋନେସିଆ ଅଭିମୁଖେ ବାହାରିବେ । ଆସନ୍ତାକାଲି (ଗୁରୁବାର) ଇଣ୍ଡୋନେସିଆରୁ ଦିଲ୍ଲୀକୁ ଫେରିବେ । ତେବେ ଜି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କର ଏହି 24 ଘଣ୍ଟିଆ ଇଣ୍ଡୋନେସିଆ ଗସ୍ତରେ କିଛି ବିଶେଷତ୍ବ ଥିବା ନେଇ ଚର୍ଚ୍ଚା ହେଉଛି ।

ଆସନ୍ତାକାଲି ଇଣ୍ଡୋନେସିଆରେ ଦୁଇଟି ଉଚ୍ଚସ୍ତରୀୟ ସମ୍ମିଳନୀରେ ସାମିଲ ହେବେ । 20ତମ ଏସିଆନ-ଇଣ୍ଡିଆ ସମ୍ମିଳନୀ ଓ 18ତମ ଇଷ୍ଟ ଏସିଆ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଏସିଆନ ସମ୍ମିଳନୀରେ ଆୟୋଜର ରାଷ୍ଟ୍ର ହୋଇଛି ଇଣ୍ଡୋନେସିଆ । ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଗସ୍ତ ଭିତରେ ଏହି ଦୁଇଟି ସମ୍ମିଳନୀ ସାରିବାକୁ ଇଣ୍ଡୋନେସିଆ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏଥର ଏସିଆନ ସମ୍ମିଳନୀ ବିଷୟବସ୍ତୁ ରହିଛି ଏସିଆନ ମ୍ୟାଟରର୍ସ ବା ASEAN Matters Epicentrum of Growth ବା ଅଭିବୃଦ୍ଧିର କେନ୍ଦ୍ରସ୍ଥଳ । ଏହା ଅର୍ଥନୈତିକ ବିକାଶର ଏକ ପ୍ରମୁଖ ହବ ଭାବରେ ଇଣ୍ଡୋନେସିଆର ଦୂରଦୃଷ୍ଟି ପ୍ରତିଫଳିତ କରିବ । ଏହି ସମ୍ମିଳନୀ ଭାରତ ଏବଂ ଦକ୍ଷିଣପୂର୍ବ ଏସୀୟ ପ୍ରତିପକ୍ଷଙ୍କ ପାଇଁ ପାରସ୍ପରିକ ପ୍ରଗତିର ସମୀକ୍ଷା ଏବଂ ଭବିଷ୍ୟତ ସହଯୋଗ ପାଇଁ ଏକ ପଥ ଭାବେ କାର୍ଯ୍ୟ କରିବ ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସମ୍ମିଳନୀରେ ଭାରତ ଓ ଏସିଆନ ମଧ୍ୟରେ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରାଯିବ । ଭବିଷ୍ୟତ ନେଇ ପ୍ଲାନ ପ୍ରସ୍ତୁତ ହେବ । ପୂର୍ବ ଏସିଆ ସମ୍ମିଳନୀ ଏସିଆନ ଦେଶ ଭାରତ ସମେତ ତାର 8 ରାଷ୍ଟ୍ର ପ୍ରତିପକ୍ଷଙ୍କୁ ବିଭିନ୍ନ ବିଶ୍ବସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସୁଯୋଗ ପ୍ରଦାନ କରିବ । ଅଗଷ୍ଟରେ ଇଣ୍ଡୋନେସିଆରେ ଏସିଆନ- ଭାରତ ଅର୍ଥମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ବୈଠକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏସିଆନ- ଇଣ୍ଡିଆ ଏଆଇଟିଆଇଜିଏର ସମୀକ୍ଷା କରିବା ଯାହା 2009ରେ ସ୍ବାକ୍ଷରିତ ହୋଇଥିଲା ।

ଏହା ବି ପଢନ୍ତୁ...G20 summit: ୮ରେ ମୋଦି-ବାଇଡେନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା

ଏହା ବି ପଢନ୍ତୁ...B-20 Business Summit: ଗ୍ରାହକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଭାରତର ପ୍ରାଥମିକତା

2018ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣରେ ଜାକାର୍ତା ଗସ୍ତ କରିଥିଲେ । ଏହି ଗସ୍ତରେ ଉଭୟ ରାଷ୍ଟ୍ର ନେତାଙ୍କ ମଧ୍ୟରେ ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ବିଭିନ୍ନ ପ୍ରସଙ୍ଗରେ ଚୁକ୍ତି ସ୍ବାକ୍ଷର କରିଥିଲେ । ଗତ ମାସରେ ପିଏମ ମୋଦି 15ତମ ବିଜନେସ ଫୋରମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ । ଏହା ପରେ ଗ୍ରୀସ ଗସ୍ତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.