ETV Bharat / bharat

ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

author img

By ETV Bharat Odisha Team

Published : Oct 30, 2023, 10:38 AM IST

ଆଜି ଗୁଜୁରାଟ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।

pm modi to visit gujarat
pm modi to visit gujarat

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ପହଞ୍ଚିବା ପରେ ଅନେକ ଗୁଡିଏ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ ମଧ୍ୟ କରିବେ । ସେହିପରି ଅନେକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ସକାଳ 10ଟା ସମୟରେ ଅମ୍ବାଜୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିବେ । ପରେ ପରେ ମଧ୍ୟାହ୍ନରେ ମେହେଶାନାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ମଙ୍ଗଳବାର କେଭାଡିଆ ଯାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବେ । ସେଠାରେ ମଧ୍ୟ ଅନେତ ଗୁଡିଏ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ ମଧ୍ୟ କରିବେ ।

ଏହା ମଧ୍ୟ ପଢନ୍ତୁ-Rozgar Mela: 51 ହଜାର ଆଶାୟୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ମେହେଶାନାରେ ରେଳ, ସଡ଼କ, ପାନୀୟଜଳ ଓ ଜଳସେଚନ କ୍ଷେତ୍ରରେ ପ୍ରାୟ ୫୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୋଦି। ବିରମଗମ-ସମାଖିଆଲୀ ରେଳପଥ, କୋଟଶାନ ରୋଡ-ବେଚାଜୀ ମାରୁତୀ ସୁଜିକୀ ଇଣ୍ଡିଆ ଲିମିଟେଡ ରେଳ ପ୍ରକଳ୍ପ, ମେହେଶାନା ଓ ଗାନ୍ଧୀ ନଗର ଜିଲ୍ଲାରେ ବିଭିନ୍ନ ଗ୍ରାମ୍ୟ ପୋଖରୀଗୁଡ଼ିକୁ ଜଳଯୋଗାଣ ପ୍ରକଳ୍ପ, ସାବରମତୀ ନଦୀରେ ବାଲିସନା ନଦୀବନ୍ଧ ଯୋଜନା, ପାଲାନପୁର ଓ ବାନଶକଣ୍ଟାରେ ପାନୀୟଜଳ ଯୋଗାଣର ଦୁଇଟି ପ୍ରକଳ୍ପ, ପାଲାନପୁର ଜୀବନରେଖା ପ୍ରକଳ୍ପ, ହେଡ ୱାର୍କ ଓ ୮୦ ଏମ୍‌ଏଲ୍‌ଡି ସାମର୍ଥ୍ୟଯୁକ୍ତ ଜଳ ବିଶୋଧନ ପରିପ୍ରକଳ୍ପର ଉଦଘାଟନ କରିବେ ମୋଦି । ସେହିପରି ସାମନ୍ତରାପୁର ତାଲୁକାରେ ଜଳସେଚନ ପ୍ରକଳ୍ପ, ହରସୋଲ-ଧନସୁରା ରୋଡ, ନରୋଦା-ଦେହଗାମ, ସବରକଣ୍ଟା ରାସ୍ତାର ପ୍ରଶସ୍ତୀକରଣ, କୋଲୋଲ ନଗରପାଳିକା ବର୍ଜ୍ୟ ପରିଚାଳନା, ସିନ୍ଧପୁରା, ପାଲନପୁର, ଜୟେଡ଼ା ଓ ବଡ଼ନଗରରେ ବର୍ଜ୍ୟବସ୍ତୁ ନିଷ୍କାସନ ପରିଚାଳନା ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

କୋଭାଡିଆରେ ମଙ୍ଗଳବାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ବିଏସ୍‌ଏଫ୍‌ ଓ ରାଜ୍ୟ ପୋଲିସ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ଅଭିବାଦନ ଗ୍ରହଣ କରିବେ ମୋଦି । କୋଭାଡିଆରେ 160 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏକତା ନଗରରୁ ଅହମ୍ମଦାବାଦ ଐତିହ୍ୟ ଟ୍ରେନ, ନର୍ମଦା ଆରତି ପ୍ରକଳ୍ପ, କମଳମ ଉଦ୍ୟାନ, ଏକତା ପ୍ରତିମୂର୍ତ୍ତି ନିକଟରେ ଚଲାପଥ, ୩୦ଟି ନୂତନ ଇ-ବସ୍‌, ୨୧୦ ଇ-ବାଇ ସାଇକେଲ ଓ ଗୁଜରାଟ ରାଜ୍ୟ ସମବାୟ ବ୍ୟାଙ୍କର ସରକାରୀ ଭବନର ଉଦଘାଟନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.