ETV Bharat / bharat

BRICS summit 2021; ଭର୍ଚୁଆଲ ମୋଡରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଯୋଗେ ବ୍ରିକ୍ସ (ବ୍ରାଜିଲ, ଋଷ, ଚୀନ, ଭାରତ, ଦକ୍ଷିଣ ଆଫ୍ରିକା) ରାଷ୍ଟ୍ର ସମୂହର ଶିଖର ସମ୍ମିଳନରେ ଅଧ୍ୟକ୍ଷତା କରିବେ । ଅଧିକ ପଢନ୍ତୁ...

BRICS summit2021
BRICS summit2021
author img

By

Published : Sep 9, 2021, 10:54 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଯୋଗେ ବ୍ରିକ୍ସ (ବ୍ରାଜିଲ, ଋଷ, ଚୀନ, ଭାରତ, ଦକ୍ଷିଣ ଆଫ୍ରିକା) ରାଷ୍ଟ୍ର ସମୂହର ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ, ବୈଠକରେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନପିଂ ପ୍ରମୁଖ ଅଂଶ ଗ୍ରହଣ କରିବେ ।

ଭର୍ଚୁଆଲ ଯୋଗେ ବସିବାକୁ ଥିବା ବୈଠକରେ ଆଫଗାନିସ୍ତାନ ପ୍ରସଙ୍ଗ ବଡ ମୁଦ୍ଦା ହେବ । ଏହାବାଦ ବ୍ରିକ୍ସ ରାଷ୍ଟ୍ର ସମୂହରେ ଥିବା ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ପ୍ରସଙ୍ଗରେ ଆଲୋଚନା ହେବ । ସେହିପରି ବିଶ୍ବ ପାଇଁ ଆସିଥିବା ବିଭିନ୍ନ ଆହ୍ବାନର ମୁକାବିଲା ଓ ବ୍ରିକ୍ସ ରାଷ୍ଟ୍ରର ଦାୟିତ୍ବ କଣ ହେବା ଉଚ୍ଚିତ ସେନେଇ ମଧ୍ୟ ରଣନୀତି ହେବ । ଏହାବାଦ ଆଫଗାନ ମାଟି ଯେମିତି ଆତଙ୍କବାଦ ସୃଷ୍ଟି ପାଇଁ ବ୍ୟବହାର ନହୁଏ ସେଥିପାଇଁ କଡା ନଜର ରଖିବାକୁ ଚର୍ଚ୍ଚା ହୋଇପାରେ ।

ସେପଟେ ଆଜି ବ୍ରିକ୍ସ ଶିଖର ସମ୍ମିଳନୀରେ ଦ୍ବିତୀୟ ଥର ପାଇଁ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହା ପୂର୍ବରୁ ଗୋଆରେ ଆୟୋଜିତ ହୋଇଥିବା ୨୦୧୬ ବ୍ରିକ୍ସ ଶିଖର ସମ୍ମିଳନୀରେ ମଧ୍ୟ ଅଧ୍ୟକ୍ଷତା କରିଥିଲେ ମୋଦି । ଆଉ ସଂଯୋଗ ହେଉ ବା ସୁଯୋଗ ଆଜିର ସମ୍ମିଳନୀକୁ ଭାରତ ଅଧ୍ୟକ୍ଷତା କରୁଥିବା ବେଳେ ବ୍ରିକ୍ସ ରାଷ୍ଟ୍ର ସମୂହ ସ୍ଥାପନକୁ ପୂରଣ ହେଉଛି ୧୫ ବର୍ଷ ।

ଶିଖର ସମ୍ମିଳନୀରେ ଭାରତ ପକ୍ଷରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କ ଅଧ୍ୟକ୍ଷ, ବ୍ରିକ୍ସ ବିଜନେସ କାଉନସିଲର ଅସ୍ଥାୟୀ ଅଧ୍ୟକ୍ଷ ଓଁକାର କଁଅର ଓ ବ୍ରିକ୍ସ ମହିଳା ବିଜନେସ ମେଣ୍ଟ ଅସ୍ଥାୟୀ ଅଧ୍ୟକ୍ଷ ଡା. ସଂଗୀତା ରେଡ୍ଡୀ ସାମିଲ ହେବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.