ETV Bharat / bharat

ଆଜି BIMSTEC ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି

ଆଜି (ବୁଧବାର) BIMSTEC ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ

PM Modi to virtually attend BIMSTEC Summit today
ଆଜି BIMSTEC ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି
author img

By

Published : Mar 30, 2022, 8:33 AM IST

ନୂଆଦିଲ୍ଲୀ: ଆଜି (ବୁଧବାର) BIMSTEC ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ସମ୍ମିଳନୀକୁ BIMSTECର ଅଧ୍ୟକ୍ଷ ଶ୍ରୀଲଙ୍କା ଦ୍ବାରା ଆୟୋଜିତ ହେବ । ଗତ ମାର୍ଚ୍ଚ 29ରେ ଏହାର ପ୍ରସ୍ତୁତି ନେଇ BIMSTECର ବୈଦେଶିକ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା ।

ଏହି ସମ୍ମିଳନୀରେ କୋରୋନା ମୁକାବିଲାର ପଦକ୍ଷେପ, ଆନ୍ତର୍ଜାତିକ ସ୍ତରରେ BIMSTEC ସଦସ୍ୟମାନେ ସମ୍ମୁଖୀନ ହେଉଥିବା ଅସୁବିଧା, ବୈଷୟିକ ଏବଂ ଅର୍ଥନୈତିକ ସହଯୋଗକୁ ଉନ୍ନତ ସ୍ତରକୁ ନେବାର ଲକ୍ଷ୍ୟ ଭଳି ପ୍ରସଙ୍ଗ ବିଚାରବିମର୍ଶର ମୁଖ୍ୟ ବିଷୟ ହେବ ବୋଲି ଆଶା କରାଯାଉଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତି କରି ସୂଚନା ଦେଇଛି । ଦଳର ମୌଳିକ ଆନୁଷ୍ଠାନିକ ଗଠନ ଓ ଯନ୍ତ୍ରକୌଶଳ ପ୍ରତିଷ୍ଠା ଉପରେ ସଦସ୍ୟମାନେ ଆଲୋଚନା କରିବା ନେଇ ମଧ୍ୟ ଆଶା ପ୍ରକଟ କରାଯାଉଛି।

ମଲ୍ଟି ସେକ୍ଟରାଲ୍ ଟେକ୍ନିକାଲ୍ ଆଣ୍ଡ ଇକୋନୋମିକ୍ କୋଅପରେସନ୍ Multi-Sectoral Technical and Economic Cooperation(BIMSTEC) ପାଇଁ 'ବାଇ ଅଫ୍ ବେଙ୍ଗଲ୍ ଇନିସିଏଟିଭ୍' ହେଉଛି ଏକ ଆଞ୍ଚଳିକ ବହୁପକ୍ଷୀୟ ସଂଗଠନ । ଏହାର ସଦସ୍ୟମାନେ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ରହି ଏକ ଆଞ୍ଚଳିକ ଏକତା ଗଠନ କରନ୍ତି । ଏହି ସଦସ୍ୟମାନଙ୍କ ମଧ୍ୟରେ ବାଂଲାଦେଶ, ଭୂଟାନ, ଭାରତ, ନେପାଳ, ଶ୍ରୀଲଙ୍କା, ମିଆଁମାର ଏବଂ ଥାଇଲ୍ୟାଣ୍ଡ ରହିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.