ନୂଆଦିଲ୍ଲୀ: ସାମ୍ଭାବ୍ୟବାତ୍ୟା ତଉକତେର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏକ ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାଇ ଏହି ବୈଠକରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅଧିକାରୀ ସମେତ ସରକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ।
ତେବେ ଆସନ୍ତା 17 ତାରିଖ ଦିନ ବାତ୍ୟା ତଉକତେ ଆରବ ସାଗରରେ ଭୟଙ୍କର ଘୂର୍ଣ୍ଣିବଳୟର ରୂପ ନେଇ ପାରେ ବୋଲି ଶୁକ୍ରବାର ଭାରତୀୟ ପାଣି ପାଗ ବିଭାଗ କହିଥିଲା । ଏବଂ ଗୋଟିଏ ଦିନ ପରେ ଏହା ଗୁଜୁରାଟ ଉପକୂଳ ପାର କରିବ । ତେବେ ଆଜି ରାତି ସୁଦ୍ଧା ଏହା ତୀବ୍ର ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ବାତ୍ୟାର ମୁକାବିଲା କରିବା ପାଇଁ ଆରବ ସାଗରରେ 53ଟି ଏନଡିଆରଏଫ ଦଳ ମୁତୟନ କରାଯାଇଛି ।
@PTI