ନୂଆଦିଲ୍ଲୀ: ବିଶ୍ବରେ ପୁଣି ଉପର ମୁହାଁ କୋରୋନା ସଂକ୍ରମଣ । ଚୀନ, ଜାପାନ, ବାଜ୍ରିଲ ସମେତ ବିଶ୍ବର ଅନେକ ସ୍ଥାନରେ କୋରାନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାକୁ ନେଇ ଆଗୁଆ ସତର୍କ ହୋଇଛି ଭାରତ । ଆଜି ଅପରାହ୍ନରେ ଦେଶର କୋରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi to Review Covid Situation at High-Level Meeting Today) । ଏହାସହ କୋରାନାର ନୂଆ ଭାରିଆଣ୍ଟକୁ ନେଇ ଆଲୋଚନା କରିବେ । ଆଜି ଅପରାହ୍ନରେ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଗତକଲି(ବୁଧବାର) ସାମ୍ଭାବ୍ୟ ସଂକ୍ରମଣକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟ(Dr Mansukh Mandaviya) ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।
-
PM Narendra Modi to review the situation related to #COVID19 and related aspects in the country at a high-level meeting today afternoon. pic.twitter.com/26DBWbvtcy
— ANI (@ANI) December 22, 2022 " class="align-text-top noRightClick twitterSection" data="
">PM Narendra Modi to review the situation related to #COVID19 and related aspects in the country at a high-level meeting today afternoon. pic.twitter.com/26DBWbvtcy
— ANI (@ANI) December 22, 2022PM Narendra Modi to review the situation related to #COVID19 and related aspects in the country at a high-level meeting today afternoon. pic.twitter.com/26DBWbvtcy
— ANI (@ANI) December 22, 2022
ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ଓମିକ୍ରନ BF.7 ସବଭାରିଏଣ୍ଟ(BF.7 Omicron Sub-Variant) ସଂକ୍ରମିତ ଦେଶରେ ଚିହ୍ନଟ ହୋଇଛି । ଯେଉଁଥିରେ ଓଡିଶାର ଜଣେ ଥିବାବେଳେ ଗୁଜୁରାଟର 2 ଜଣ ଅଛନ୍ତି । ଏହି ନୂଆ ଭାରିଆଣ୍ଟ ଗତ ଅକ୍ଟୋବରରେ ଚିହ୍ନଟ ହୋଇଛି । ସଂପ୍ରତି BF.7 ସବଭାରିଏଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି । କୋରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ବୈଠକରେ ଆଲୋଚନା କରାଯିବା ନେଇ ସୂଚନା ରହିଛି ।
ପ୍ରକାଶ ଯୋଗ୍ୟ ଯେ, ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆୟୋଜିତ ସମୀକ୍ଷା ବୈଠକରେ ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡା. ଭିକେ ପଲ ( Dr V K Paul, Member-Health, Niti Aayog ) କହିଛନ୍ତି, ଯେଉଁମାନେ କୋଭିଡା ଟିକା ନେଇନାହାଁନ୍ତି ତୁରନ୍ତ ନିଅନ୍ତୁ । ଯେଉଁମାନେ ଉଭୟ ଡୋଜ ନେଇଛନ୍ତି ବୁଷ୍ଟର ଡୋଜ ନିଅନ୍ତୁ । ଏହାସହ ଜନଗହଳି ସ୍ଥାନରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ଭିଡ ସ୍ଥାନ( ସାମାଜିକ, ରାଜନୈତିକ ) ସମାବେଶରେ ମାସ୍କ ପିନ୍ଧନ୍ତୁ । କୌଣସି ଆତଙ୍କିତ ହେବାର ଆବଶ୍ୟକତା ନାହିଁ । କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ