ETV Bharat / bharat

President Poll Result: ଆଉ କିଛି ସମୟର ଅପେକ୍ଷା, ସଂଧ୍ୟାରେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି - ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଗଣତି

ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି । ସଂଧ୍ୟାରେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି । ଜେ.ପି ନଡ୍ଡା କରିବେ ରୋଡ ସୋ’ । ସାରା ଦେଶରେ ଆରମ୍ଭ ହୋଇସାରିଛି ବିଜୟ ଉତ୍ସବ । ଦେଶକୁ ମିଳିବାକୁ ଯାଉଛନ୍ତି ପ୍ରଥମ ଆଦିବାସୀ ରାଷ୍ଟ୍ରପତି । ଅଧିକ ପଢନ୍ତୁ

president poll result: ସଂଧ୍ୟାରେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Jul 21, 2022, 5:25 PM IST

ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ରାଷ୍ଟ୍ରପତି ନିର୍ବାଚନ ମତଗଣନା ଶେଷ ହେବାକୁ ଯାଉଛି । ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବାକୁ ଆଉ ମାତ୍ର କିଛି ସମୟର ଅପେକ୍ଷା ଥିବା ବେଳେ ଦେଶବ୍ୟାପୀ ଉତ୍ସବ ପାଳନ ଆରମ୍ଭ ହୋଇସାରିଛି । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟାନ୍ତ, ରାଜନୈତିକ ଦଳଠୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଉତ୍ସବ ପାଳନ ଆରମ୍ଭ କରିଦେଇଛନ୍ତି ।

ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଯିବେ । ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପାଇଁ ନାମାଙ୍କନ ପରେ ଦ୍ରୌପଦୀ ରହୁଥିବା ଅସ୍ଥାୟୀ ସରକାରୀ ବାସଭବନରେ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସହ 8 କେନ୍ଦ୍ରମନ୍ତ୍ରୀ ମଧ୍ୟ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇବେ । ତେବେ ଔପଚାରିକ ଫଳଫଳ ଆସିବା ପରେ ପ୍ରଥମ ରାଜନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇବାକୁ ବାସଭବନରେ ପହଞ୍ଚିବେ ।

ଅନ୍ୟପଟେ ବିଜେପି ମଧ୍ୟ ବିଜୟ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଦଳୀୟ ମୁଖ୍ୟାଳୟରୁ ବିଜୟଚୌକ ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ କରି NDAର ବିଜୟ ଉତ୍ସବ ପାଳିବେ । ଜେ.ପି ନଡ୍ଡାଙ୍କ ସହ ଦଳର ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ଏହି ରୋଡ ସୋ’ରେ ଅଂଶଗ୍ରହଣ କରିବେ । ସେହିପରି ଦିଲ୍ଲୀ ବିଜେପି ମୁଖ୍ୟାଳୟ ସମେତ ବିଭିନ୍ନ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଳନ ଆରମ୍ଭ ହୋଇସାରିଛି । ଦ୍ରୌପଦୀଙ୍କ ନିଜ ଗ୍ରାମ ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଜୋରଦାର ଉତ୍ସବ ପାଳନ ଜାରି ରହିଛି । ମିଠା ବାଣ୍ଟିବା ସହ ଆତସବାଜୀରେ ଉତ୍ସବ ପାଳନ କରୁଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମବାସୀ ।

ଅନ୍ୟପଟେ ପ୍ରଥମ ରାଉଣ୍ଡର ଭୋଟ ଗଣତିର ଫଳଫଳକୁ ତର୍ଜମା କଲେ, ସଂସଦରେ ମୋଟ 540 ସଦସ୍ୟଙ୍କ ଭୋଟ ସହ ବହୁ ଆଗରେ ରହିଛନ୍ତି NDA ପ୍ରାର୍ଥୀ ଦ୍ରୋପଦୀ । ଦ୍ରୌପଦୀ ପାଇଥିବା ଭୋଟର ମୂଲ୍ୟ 3,78,000 । ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସପକ୍ଷରେ 208 ସଦସ୍ୟଙ୍କ ଭୋଟ୍‌ ଅର୍ଥାତ 1,45,600 ମୂଲ୍ୟର ଭୋଟ୍‌ ରହିଛି । ଏବେ ଦ୍ବିତୀୟ ରାଉଣ୍ଡ ଭାବେ ବିଧାୟକଙ୍କ ଭୋଟ ଗଣତି ଜାରି ରହିଛି । ଆଉ ମାତ୍ର କିଛି ସମୟ ପରେ ଔପଚାରିକ ଭାବେ ଫଳାଫଳ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.