ETV Bharat / bharat

G7 summit: ଜାପାନ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି - ଜାପାନ ଗସ୍ତରେ ମୋଦି

ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଜାପାନ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ଅଷ୍ଟ୍ରେଲିଆ ଗସ୍ତ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi Japan Visit
PM Modi to leave for Japan
author img

By

Published : May 19, 2023, 10:52 AM IST

ନୂଆଦିଲ୍ଲୀ: 6 ଦିନିଆ ବିଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମେ ଜାପାନ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନରେ ଜି-7 ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀରୁ ଜାପାନ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ । ଜାପାନ ନିମନ୍ତ୍ରଣରେ ହିରୋସୀମା ଯାଉଛନ୍ତି ପିଏମ । ଏହା ପରେ ପପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଗସ୍ତ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାପାନରେ ଆୟୋଜିତ ହୋଇଥିବା ଜି-7 ଶିଖର ସମ୍ମିଳନୀରେ ଭାରତ ସମେତ 8ଟି ରାଷ୍ଟ୍ରକୁ ଆମନ୍ତ୍ରଣ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି 6 ଦିନିଆ ବିଦେଶ ଗସ୍ତରେ 40ରୁ ଅଧିକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ 24ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିବେ ।

  • #WATCH | Prime Minister Narendra Modi departs from Delhi for Hiroshima, Japan.

    He will attend the #G7Summit under the Japanese Presidency at the invitation of Fumio Kishida, Prime Minister of Japan, there. pic.twitter.com/K1dYOB8MC2

    — ANI (@ANI) May 19, 2023 " class="align-text-top noRightClick twitterSection" data=" ">

ଚଳିତ ବର୍ଷ ଜି-7 ସମ୍ମିଳନୀରେ ସଭାପତିତ୍ବ କରୁଛି ଜାପାନ । ଜାପାନର ହିରୋସୀମାରେ ଜି-୭ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏହି ସମ୍ମିଳନୀରେ ସାମିଲ ହେବାକୁ ଭାରତ ସସେତ ୮ଟି ରାଷ୍ଟ୍ରକୁ ଆମନ୍ତ୍ରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ ଆଜିଠୁ 21 ତାରିଖ ଯାଏଁ ଜାପାନ ଗସ୍ତରେ ବାହାରିଛନ୍ତି । ଜି-୭ ସମ୍ମିଳନୀରେ ଯୋଗ ଦେଇ ସେ ଅଂଶଗ୍ରହଣକାରୀ ଦେଶମାନଙ୍କ ସହିତ ଖାଦ୍ୟ, ସାର ଏବଂ ଶକ୍ତିର ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହିତ ପ୍ରଧାନମନ୍ତ୍ରୀ କିସିଦାଙ୍କ ସମେତ ଆଉ କେତେକ ଅଂଶଗ୍ରହଣକାରୀ ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଜି-7 ସମ୍ମିଳନୀରେ ଅନେକ ବିଷୟକୁ ପ୍ରାଥମିକତା ଦିଆଯାଇଛି । ସମ୍ପର୍କ ବଢାଇବା, ସୁରକ୍ଷା, ଆର୍ଥିକ ସୁରକ୍ଷା, କ୍ଷେତ୍ରୀୟ ପ୍ରସଙ୍ଗ, ଜଳବାୟୁ ପରିବର୍ତ୍ତନ, ସ୍ବାସ୍ଥ୍ୟ ତଥା ବିକାଶ ବ୍ୟତୀତ ଡିଜିଟାଲକରଣ, ବିଜ୍ଞାନ ଆଦି ବିଷୟରେ ଆଲୋଚନା ହେବ । ଭାରତ ବିଶେଷ କରି 3ଟି ଉପଚାରିକ ବିଷୟରେ ଅଂଶଗ୍ରହଣ କରିବ । ଯାହା ଆସନ୍ତାକାଲି (ଶନିବାର) ଏବଂ ତୃତୀୟ ଦିନ ଅର୍ଥାତ ମେ 21 ତାରିଖରେ ରହିଛି ।

ଏହା ବି ପଢନ୍ତୁ...New Parliament Building: 28ରେ ନୂଆ ସଂସଦ ଭବନ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ମଜଭୁତ ହେବ ରେଳ ଭିତ୍ତିଭୂମି, ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ 8 ହଜାର କୋଟିର ପ୍ରକଳ୍ପ ଭେଟି

ଜାପାନ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମେ' ୨୨ ତାରିଖରେ ପପୁଆ ନିଉ ଗିନିରେ ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେଙ୍କ ସହ ମିଳିତ ଭାବେ ଫୋରମ ଫର ଇଣ୍ଡିଆ-ପାସିଫିକ ଆଇସଲ୍ୟାଣ୍ଡ କୋଅପରେସନ(FIPIC)ର ତୃତୀୟ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ । ତେବେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କର ଏହା ପ୍ରଥମ ପପୁଆ ନିଉ ଗିନି ଗସ୍ତ ହେବ । FIPICରେ ଭାରତ ସମେତ ୧୪ଟି ପାସିଫିକ ଦ୍ବୀପପୁଞ୍ଜ ଦେଶ ଅନ୍ତର୍ଭୁକ୍ତ । ଏହା ପରେ ସେ ଅଷ୍ଟ୍ରେଲିଆ ଗସ୍ତ କରିବେ ।

6 ଦିନିଆ ବିଦେଶ ଗସ୍ତର ଅନ୍ତିମ ଚରଣରେ ସେ ଅଷ୍ଟ୍ରେଲିଆ ଗସ୍ତ କରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହି ଗସ୍ତରେ ମୁଖ୍ୟତ ପ୍ରଧାନମନ୍ତ୍ରୀ କ୍ବାଡ ସମ୍ମିଳନୀରେ ଯୋଗ ଦେବାର ଥିଲା ମାତ୍ର କ୍ବାଡ ସମ୍ମିଳନୀ ବାତିଲ କରାଯାଇଛି । ସେଠାରେ 23 ତାରିଖରେ ସିଡନରେ ଏକ ସାମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସବ ଅଷ୍ଚ୍ରେଲିଆରେ ଥିବା ଭାରତୀୟ ସମୁଦାୟଙ୍କୁ ଭେଟିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.