ନୂଆଦିଲ୍ଲୀ: ଡିସେମ୍ବର ୩୧ରେ ଗୁଜରାଟର ରାଜକୋଟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସକାଳ ୧୧ଟାରେ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହେବ । ତେବେ ଏହି ପ୍ରକଳ୍ପ ପାଇଁ 201 ଏକର ଜମି ଆବଣ୍ଟନ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୧୯୫ କୋଟି ଟଙ୍କା ହେବ ଏବଂ ଏହା ୨୦୨୨ ମଧ୍ୟଭାଗ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।
ଅତ୍ୟାଧୁନିକ ୭୫୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ ମଧ୍ୟ ରହିବ । ଏହା ସହ ଏଥିରେ ୧୨୫ଟି ଏମବିବିଏସ ଏବଂ ୬୦ଟି ନର୍ସିଂ ସିଟ ରହିବ ।
@ANI