ETV Bharat / bharat

ମଙ୍ଗଳବାର ଲଞ୍ଚ ହେବ Ujjwala 2.0, ଲାଭାର୍ଥୀଙ୍କ ସହ କଥା ହେବେ ମୋଦି - ଉଜ୍ଜ୍ବଳା ୨.୦

ଅଗଷ୍ଟ ୧୦ରେ ଲଞ୍ଚ ହେବାକୁ ଯାଉଛି ଉଜ୍ଜ୍ବଳା ୨.୦(ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା) । ଏହାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ସମୟରେ ଉଜ୍ଜ୍ବଳା ଲାଭାର୍ଥୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ମଙ୍ଗଳବାର ଲଞ୍ଚ ହେବ Ujjwala 2.0, ଲାଭାର୍ଥୀଙ୍କ ସହ କଥା ହେବେ ମୋଦି

author img

By

Published : Aug 8, 2021, 8:58 PM IST

ନୂଆଦିଲ୍ଲୀ: କୋଭିଡ ସଙ୍କଟ ମଧ୍ୟରେ ପୁଣି ଘରେ ଘରେ ପହଞ୍ଚିବ ରୋଷେଇ ଗ୍ୟାସ । ଅଗଷ୍ଟ ୧୦ରେ ଲଞ୍ଚ ହେବାକୁ ଯାଉଛି ଉଜ୍ଜ୍ବଳା ୨.୦(ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା) । ଏହାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ସମୟରେ ଉଜ୍ଜ୍ବଳା ଲାଭାର୍ଥୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

୨୦୧୬ରେ ଲଞ୍ଚ ହୋଇଥିବା ଉଜ୍ଜ୍ବଳା ୧.୦ ସମୟରେ ଗରିବ ପରିବାରର ୫ କୋଟି ମହିଳାଙ୍କୁ ଗ୍ୟାସ କନେକ୍ସନ ଉପଲବ୍ଧ କରାଇବାର ଲକ୍ଷ ରଖାଯାଇଥିଲା । ୨୦୧୮ରେ ଏହି ଯୋଜନାର ବିସ୍ତାର କରାଯାଇ ଆଉ ୭ ବର୍ଗଙ୍କୁ ଏଥିରେ କରାଯାଇଥିଲା ସାମିଲ । ଏହାସହ ୮ କୋଟି ଗ୍ୟାସ କନେକ୍ସନ ଦେବାର ରଖାଗଲା ଲକ୍ଷ୍ୟ । ୭ ମାସ ପୂର୍ବରୁ ଅଗଷ୍ଟ ୨୦୧୯ରେ ଏହି ଲକ୍ଷ୍ୟ ହାସଲ ହୋଇଥିଲା ।

ସେହିପରି ୨୦୨୧-୨୨ ବଜେଟରେ ପିଏମୟୁୱାଇ ଯୋଜନା ଆଧାରରେ ଏକ କୋଟି ଅତିରିକ୍ତ ଏଲପିଜି ଗ୍ୟାସ କନେକ୍ସନ ପ୍ରାବଧାନର ଘୋଷଣା କରାଯାଇଥିଲା । ଉଜ୍ଜ୍ବଳା ୨.୦, ପ୍ରଥମ ପର୍ଯ୍ୟାୟରେ କମ ଆୟ ଶ୍ରେଣୀର ଏହି ପରିବାରକୁ ୧ କୋଟି ଅତିରିକ୍ତ ଏଲପିଜି କନେକ୍ସନ ଉପଲବ୍ଧ କରାଇବାର ଉଦ୍ଦେଶ୍ୟ ରହିଛି ।

ଉଜ୍ଜ୍ବଳା ୨.୦ ଲାଭାର୍ଥୀଙ୍କୁ ଡିପୋଜିଟ ଫ୍ରି ଏଲପିଜି କନେକ୍ସନ ସହ ପ୍ରଥମ ରିଫିଲ ଓ ହଟପ୍ଲେଟ ମାଗଣା ମିଳିବ । ଉଜ୍ଜ୍ବଳା ୨.୦ରେ ରାସନ କାର୍ଡ ଜମା କରିବାର ଆବଶ୍ୟକତା ପଡିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.