ETV Bharat / bharat

ଆଜି 'ଜଳ ଶକ୍ତି ମିଶନ'ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

author img

By

Published : Mar 22, 2021, 7:07 AM IST

ଆଜି ସମୟ 12ଟା 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବ ଜଳ ଦିବସରେ 'ଜଳ ଶକ୍ତି ମିଶନ': କ୍ୟାଚ ଦ ରେନ ଅଭିଯାନର ଶୁଭାରମ୍ଭ କରିବେ । ଅଧିକ ପଢନ୍ତୁ...

'ଜଳ ଶକ୍ତି ମିଶନ'ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବ ଜଳ ଦିବସରେ 'ଜଳ ଶକ୍ତି ମିଶନ': କ୍ୟାଚ ଦ ରେନ ଅଭିଯାନର ଶୁଭାରମ୍ଭ କରିବେ । ସମୟ 12ଟା 30ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ବିବୃତ୍ତି ଅନୁସାରେ ଏହି ଅଭିଯାନ ଉଭୟ ଗ୍ରାମୀଣ ଓ ସହରାଞ୍ଚଳକୁ ନେଇ ଦେଶବ୍ୟାପୀ ପାଳନ କରାଯିବ । ଏହି ଅଭିଯାନର ଥିମ ରହିଛି ବର୍ଷା ଜଳ ସଂରକ୍ଷଣ କର,କେଉଁଠି ବି କେତେବେଳେ ବି(କ୍ୟାଚ ଦ ରେନ, ହୋୟାର ଇଟ ଫଲ, ହୋଏନ ଇଟ୍ ଫଲ) ।

ଏହି ଅଭିଯାନ ମାର୍ଚ୍ଚ 22ରୁ ନଭେମ୍ବର 30 ପର୍ଯ୍ଯନ୍ତ ବର୍ଷା ସମୟରେ ଓ ବର୍ଷା ପରେ ଦେଶବ୍ୟାପୀ ପାଳନ କରାଯାଏ । ତୃଣମୂଳ ସ୍ତରରେ ଜଳ ଆନ୍ଦୋଳନ ଜରିଆରେ ଜଳ ସଂରକ୍ଷିତରେ ଲୋକଙ୍କୁ ସାମିଲ କରିବାକୁ ଏହାର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଲା ବର୍ଷା ଜଳ ସଂରକ୍ଷିତ କରିବା ।

ଏହି ଅଭିଯାନ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଜଳ ଶକ୍ତି ମିଶନର କେନ୍ଦ୍ରମନ୍ତ୍ରୀ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ କେନ ବେତୱା ପ୍ରକଳ୍ପ ପାଇଁ ସ୍ମାରକ ପତ୍ର ଚୁକ୍ତି ସ୍ବାକ୍ଷର କରିବେ । ଏହି ପ୍ରକଳ୍ପ ନଦୀକୁ ପରସ୍ପର ଭିତରେ ଯୋଡିବାରେ ପ୍ରଥମ ପ୍ରକଳ୍ପ ଅଟେ । ଏହା ପ୍ରକଳ୍ପ ମଧ୍ଯପ୍ରଦେଶର ପାନା,ତିକାମଗଡ, ଛତ୍ରପୁର,ସାଗର ଡାତିଆ ଭଳି ଜିଲ୍ଲା ଓ ଉତ୍ତରପ୍ରଦେଶର ମହୋବା, ଝାନ୍ସି ଓ ଲଳିତପୁର ଜିଲ୍ଲାର ଲୋକଙ୍କ ପାଇଁ ବେଶ ଲାଭପ୍ରଦ ହେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.