ETV Bharat / bharat

ଆଜି ISAକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇଣ୍ତିଆନ ସ୍ପେସ ଆସୋସିଏସନ (ISA)କୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଯୋଗେ ଏ କାର୍ଯ୍ୟକ୍ରମ କରାଯିବ । ଅଧିକ ପଢନ୍ତୁ...

ISPAକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ISPAକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
author img

By

Published : Oct 10, 2021, 6:47 AM IST

Updated : Oct 11, 2021, 7:26 AM IST

ନୂଆଦିଲ୍ଲୀ: ଇଣ୍ତିଆନ ସ୍ପେସ ଆସୋସିଏସନ (ISA)କୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ସୋମବାର) ଦିନ ଏହାର ଶୁଭାରମ୍ଭ କରିବା ସହ ସ୍ପେସ ଇଣ୍ତଷ୍ଟ୍ରିର ପ୍ରତିନିଧି ମାନଙ୍କ ସହ ମଧ୍ୟ ଆଲୋଚନା କରିବେ । ଭିସି ଯୋଗେ ଏ କାର୍ଯ୍ୟକ୍ରମ କରାଯିବ । ଇଣ୍ତିଆନ ସ୍ପେସ ଆସୋସିଏସନ (ISA) ହେଉଛି ମହାକାଶ ଏବଂ ସ୍ପେସ ଆସୋସିଏସନ ଏକ ପ୍ରମୁଖ ଶିଳ୍ପ ସଂଘ । ଯାହା ଭାରତୀୟ ସ୍ପେସ ଇଣ୍ତଷ୍ଟ୍ରିର ପ୍ରମୁଖ ଅସ୍ତ୍ର ବା ସ୍ବର ହେବ । ଏନେଇ PMOଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସ୍ପେସ ଏବଂ ସାଟେଲାଇଟ ଟେକ୍ନୋଲୋଜିରେ ଉନ୍ନତ ସାମର୍ଥ୍ୟ ସହିତ ଅଗ୍ରଣୀ ହୋମଗ୍ରାଉନ୍ ଏବଂ ଗ୍ଲୋବାଲ୍ କର୍ପୋରେସନ୍ ଦ୍ୱାରା ISPAକୁ ପ୍ରଦର୍ଶିତ କରାଯିବ । ଯାହା ଆତ୍ମନିର୍ଭରଶୀଳ ଭାରତ ଗଠନରେ ସହଯୋଗ କରିବ । ବୈଷୟିକ ଦୃଷ୍ଟି କୋଣରୁ ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବାରେ ସହାୟକ ହେବ । ଲାରସନ ଆଣ୍ଡ ଟୁବ୍ରୋ, ନେଲକୋ (ଟାଟା ଗ୍ରୁପ୍), ୱାନୱେବ, ଭାରତ ଏୟାରଟେଲ, ମାପମାଇଁଇଣ୍ଡିଆ (Mapmyindia), ୱାଲଚାନ୍ନଗର ଇଣ୍ଡଷ୍ଟ୍ରିଜ୍ ଓ ଅନନ୍ତ ଟେକ୍ନୋଲୋଜି ଲିମିଟେଡ ଏହାର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି । ଏହାସହ ଗୋଡ୍ରେଜ୍, ହ୍ୟୁଜସ ଇଣ୍ଡିଆ, ଆଜିସ୍ତା-ବିଏସ୍ଟି ଏରୋସ୍ପେସ୍ ପ୍ରାଇଭେଟ ଲିମିଟେଡ୍, ବେଲ୍, ସେଣ୍ଟମ୍ ଇଲେକ୍ଟ୍ରୋନିକ୍ସ ଏବଂ ମ୍ୟାକ୍ସା ଇଣ୍ଡିଆ କୋର ମେମ୍ବର ରହିଛନ୍ତି ।

@ANI

Last Updated : Oct 11, 2021, 7:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.