ETV Bharat / bharat

ଆଜି e-RUPIର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ଇ-ରୁପି

ଆଜି (ସୋମବାର) e-RUPIର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିଟାଲ ପେମେଣ୍ଟର ସମାଧାନ ପାଇଁ ଏହି e-RUPIର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Aug 1, 2021, 7:31 AM IST

Updated : Aug 2, 2021, 6:35 AM IST

ନୂଆଦିଲ୍ଲୀ: ଆଜି(ସୋମବାର) e-RUPIର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିଟାଲ ପେମେଣ୍ଟର ସମାଧାନ ପାଇଁ ଏହି e-RUPIର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ ହେବ ବୋଲି ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ସବୁବେଳେ ଡିଜିଟାଲ ଲେଣ ଦେଣକୁ ବିକଶିତ କରିବା ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି । e-RUPI ପଦକ୍ଷେପ ବର୍ଷ ବର୍ଷ ଧରି ଆରମ୍ଭ ହୋଇଥିବା ଏକ କାର୍ଯ୍ୟକ୍ରମ ଯାହା ସରକାର ଓ ହିତାଧିକାରୀଙ୍କ ମଧ୍ୟରେ ଏକ ମୂଳଦୁଆ ସୃଷ୍ଟି କରିଛି । ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ଓ ଲକ୍ଷ୍ୟ ଧାର୍ଯ୍ୟ କରିବା ପାଇଁ ଏହି ଡିଜିଟାଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାକୁ ଅଧିକରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଉତ୍ତମ ଗଭର୍ଣ୍ଣାନ୍ସ ଲକ୍ଷ୍ୟକୁ ଆଗେଇ ନେଇଥାଏ । ଏହି ଇଲେକ୍ଟ୍ରୋନିକ ଭାଉଚର ଡିଜିଟାଲ ବ୍ୟବସ୍ଥାରେ ସହାୟକ ହେବ ।

ଡିଜିଟାଲ ପେମେଣ୍ଟ ପାଇଁ e-RUPI ହେଉଛି ଏକ କ୍ୟାସଲେସ ଏବଂ ବିନା ଯୋଗାଯୋଗ ଉପକରଣ । ଆପଣ ଯେଉଁଠି ଥିବେ ମଧ୍ୟ ଟଙ୍କା ପୈଠ କରିପାରିବେ । ଏହା ଏକ QR କୋଡ୍ କିମ୍ବା SMS ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲକୁ ପଠାଯାଇଥାଏ । ଏହି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ବ୍ୟବହାରକାରୀ କୌଣସି କାର୍ଡ, ଜିଜିଟାଲ ପେମେଣ୍ଟ ଆପ ଅଥବା ଇଣ୍ଟରନେଟ ବ୍ୟାଙ୍କିଙ୍କ ବ୍ୟବହାର ନ କରି ଇ -ଭାଉଚର ପଠାଇ ପାରିବେ ।

ଏହି ଉପକରଣ ଆର୍ଥିକ ସେବା ବିଭାଗ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ସହଯୋଗରେ ଏହାର ୟୁପିଆଇ ପ୍ଲାଟଫର୍ମରେ ଭାରତର ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଦ୍ବାରା ପ୍ରସ୍ତୁତ ହୋଇଛି । e-RUPI ସେବାଗୁଡିକର ପ୍ରଯୋଜକମାନଙ୍କୁ ହିତାଧିକାରୀ ଏବଂ ସେବା ପ୍ରଦାନକାରୀଙ୍କ ସହିତ ବିନା ସାକ୍ଷାତରେ ସେବା ପ୍ରଦାନ କରିବ ।

ମାତୃ ଓ ଶିଶୁ କଲ୍ୟାଣ ଯୋଜନା, ଟିବି ଦୂରୀକରଣ ଯୋଜନା, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପରି ସ୍କିମ୍ ଅଧିନରେ ସେବା ଯୋଗାଇବା ପାଇଁ ଏହି e-RUPIର ବ୍ୟବହାର ହୋଇପାରିବ । ବେସରକାରୀ ସଂସ୍ଥାଗୁଡିକ ଏହି ଡିଜିଟାଲ ଭାଉଚରକୁ ତାର କର୍ମଚାରୀଙ୍କ କଲ୍ୟାଣ ଏବଂ କର୍ପୋରେଟ ସମାଜିକ ଦାୟିତ୍ବ କାର୍ଯ୍ୟକ୍ରମରେ ବ୍ୟବହାର କରିପାରିବେ ।

@ANI

Last Updated : Aug 2, 2021, 6:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.