ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହିତ କଥା ହେବେ । ଅପରାହ୍ନ 4ଟାରେ ତାଙ୍କ ବାସଭବନରେ ବାଲ ପୁରସ୍କାର ବିଜେତାଙ୍କ ସହିତ ଆଲୋଚନା କରିବେ। ଭାରତ ସରକାରଙ୍କ ପକ୍ଷରୁ ସେବା, କ୍ରୀଡା, କଳା, ସଂସ୍କୃତି ଏବଂ ସାହାସିକତା ଭଳି 4ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା 11 ଜଣଙ୍କୁ ଗତକାଲି (ସୋମବାର) ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି ।
-
#WATCH | Prime Minister Narendra Modi had a lively interaction with a group of youngsters from across the country who were a part of the ‘Know Your Leader’ programme
— ANI (@ANI) January 24, 2023 " class="align-text-top noRightClick twitterSection" data="
(Source: PMO) pic.twitter.com/ULzJO1LmDL
">#WATCH | Prime Minister Narendra Modi had a lively interaction with a group of youngsters from across the country who were a part of the ‘Know Your Leader’ programme
— ANI (@ANI) January 24, 2023
(Source: PMO) pic.twitter.com/ULzJO1LmDL#WATCH | Prime Minister Narendra Modi had a lively interaction with a group of youngsters from across the country who were a part of the ‘Know Your Leader’ programme
— ANI (@ANI) January 24, 2023
(Source: PMO) pic.twitter.com/ULzJO1LmDL
ଏହା ବି ପଢନ୍ତୁ...11 ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର, ଓଡିଶାରୁ ପାଇଲେ ସମ୍ଭବ ମିଶ୍ର
ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 11 ଜଣ ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଗତକାଲି (ସୋମବାର) ବାଲ ଭାରତ ପୁରସ୍କାର ପ୍ରଦାନ କରିଥିଲେ । ସେମାନଙ୍କ ମଧ୍ୟରେ ଜଣେ ଓଡିଶାର ଛାତ୍ର ସମ୍ଭବ ମିଶ୍ର ରାଷ୍ଟ୍ରପତିଙ୍କଠୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ସମସ୍ତ 11 ପିଲା ହେଲେ, ଦିଲ୍ଲୀର ଅନୁଷ୍କା ଜୌଲି, କେରଳର ଆଦିତ୍ୟ ସୁରେଶ, ତେଲେଙ୍କାନାର ଏମ, ଗୌରବୀ ରେଡ୍ଡୀ, ଓଡ଼ିଶାର ସମ୍ଭବ ମିଶ୍ର, ଆସାମର ଶ୍ରୀୟା ଭଟାଚାର୍ଯ୍ୟ, ମହାରାଷ୍ଟ୍ରର ରୋହନ ରାମଚନ୍ଦ୍ର ବହିର, ଛତିଶଗଡ଼ର ଆଦିତ୍ୟ ପ୍ରତାପ ସିଂ ଚୌହାନ, କର୍ଣ୍ଣାଟକର ଋଷି ଶିବ ପ୍ରସନ୍ନା, ଗୁଜରାଟର ଶୌୟଜିତ ରଞ୍ଜିତକୁମାର ଖେରେ, ଆନ୍ଧ୍ରପ୍ରଦେଶର କେଏ ମିନୀକ୍ଷା ଓ ଜମ୍ମୁକାଶ୍ମୀରର ହନାୟା ନିସାର । ସମସ୍ତଙ୍କ ବୟସ 5ରୁ 18 ବର୍ଷ ମଧ୍ୟରେ ରହିଛି ।
ଏହି ପୁରସ୍କାର ପାଇଥିବା ପିଲାଙ୍କ ମଧ୍ୟରେ 6 ଜଣ ପୁଅ ରହିଥିବା ବେଳେ 5 ଜଣ ଝିଅ ରହିଛନ୍ତି । କଳା ଏବଂ ସଂସ୍କୃତି ବର୍ଗରେ ୪ଜଣ, ସାହାସିକତା ପାଇଁ ଜଣେ, ନବସୃଜନ ପାଇଁ 2ଜଣ, ସାମାଜିକ ସେବା ପାଇଁ ଜଣେ ଏବଂ କ୍ରୀଡା ପାଇଁ ୩ ଜଣଙ୍କୁ ପୁରସ୍କାର ମିଳିଛି । ମେଡାଲ ମାନପତ୍ର ସହ 1 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି । ସାହାସିକତା ପାଇଁ ପୁରସ୍କୃତ ହୋଇଥିବା ରୋହନ ରାମଚନ୍ଦ୍ର ବହିର ନଦୀକୁ ଡେଇଁ ଜଣ ମହିଳାଙ୍କ ଜୀବନ ବଞ୍ଚାଇଥିଲେ । କଳା ପାଇଁ ଓଡିଶାର ସମ୍ଭବ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି ।