ETV Bharat / bharat

ଆଜି ମଧ୍ୟ ପ୍ରଦେଶର PMGKAY ହିତାଧିକାରୀଙ୍କ ସହିତ କଥା ହେବେ ମୋଦି - PMGKAY beneficiaries

ଆଜି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ (PMGKAY)ରେ ମଧ୍ୟ ପ୍ରଦେଶର ହିତାଧିକାରୀଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Aug 6, 2021, 8:13 AM IST

Updated : Aug 7, 2021, 6:33 AM IST

ନୂଆଦିଲ୍ଲୀ: ଆଜି(ଶନିବାର) ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ (PMGKAY)ରେ ମଧ୍ୟପ୍ରଦେଶର ହିତାଧିକାରୀଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ ।

PMGKAY ଯୋଜନା ବିଷୟରେ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ପ୍ରତି ରାଜ୍ୟ ସରକାରଙ୍କ ଦ୍ବାରା ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ଯେପରି ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ନ ହୁଅନ୍ତି । ଅଗଷ୍ଟ ୭ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଦିନ ଭାବରେ ପାଳନ କରିବ ମଧ୍ୟପ୍ରଦେଶ ।

ଏହି ଯୋଜନା ଅଧୀନରେ ମଧ୍ୟ ପ୍ରଦେଶରେ ୪.୮୮କୋଟି ହିତାଧିକାରୀ ରହିଛନ୍ତି । ଏହି ଯୋଜନାରେ ୨୫,୦୦୦ ଟଙ୍କାର ମାଗଣା ରାସନ ପାଉଛନ୍ତି । ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉପସ୍ଥିତ ରହିବେ ।

ପୂର୍ବରୁ ଗୁଜୁରାଟ ଓ ଉତ୍ତରପ୍ରଦେଶର ହିତାଧିକାରୀଙ୍କ ସହିତ କଥା ହୋଇ ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାରେ ରହିବ ଲୋକଙ୍କ ଖାଦ୍ୟକୁ ନେଇ ରହିଥିବା ଚିନ୍ତା ଦୂର କରିବା ସହିତ ସେମାନଙ୍କ ଆତ୍ମବିଶ୍ବାସ ବଢାଇଛି । ମହାମାରୀ ସମୟରେ ଏହି ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କୁ ମାଗଣାରେ ରାସନ ପ୍ରଦାନ କରାଯାଇଛି ।

PMGKAY ଏକ ଖାଦ୍ୟ ସୁରକ୍ଷା ଯୋଜନା କଲ୍ୟାଣ ଯୋଜନା ଯାହା ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କଳ୍ପନା କରାଯାଇଛି । ଏହି ଯୋଜନା ଅଧିନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଲୋଗ୍ରାମ ରାସନ ଦିଆଯାଇଥାଏ । ଯାହା ଗରିବ ଲୋକଙ୍କୁ ଦୁଇମୁଠା ଖାଦ୍ୟ ଯୋଗାଡ କରିବାରେ ସହାୟକ ହୋଇଥାଏ ।

@ANI

Last Updated : Aug 7, 2021, 6:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.