ETV Bharat / bharat

ଆଜି ସାମୁଦ୍ରିକ ଭାରତ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - pm modi

ଆଜି ସାମୁଦ୍ରିକ ଭାରତ ସମ୍ମଳନୀ 2021କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Mar 2, 2021, 7:03 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମୁଦ୍ରିକ ଭାରତ ସମ୍ମଳନୀ 2021କୁ ଉଦଘାଟନ କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସୂଚନାଅନୁଯାୟୀ, ସାମୁଦ୍ରିକ ଭାରତ ସମ୍ମିଳନୀ 202 ଆଜିଠାରୁ 4 ତାରିଖ ପର୍ଯ୍ୟନ୍ତ ଚାଲିବ । ବନ୍ଦର ପରବହନ ଓ ଜଳପଥ ମନ୍ତ୍ରଣାଳୟ ଦ୍ବାରା ଭର୍ଚୁଆଲ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ସମ୍ମିଳନୀ ଆସନ୍ତା ଦଶନ୍ଧି ପାଇଁ ଭାରତ ସାମୁଦ୍ରିକ ବିଭାଗରେ ଏକ ରୋଡମ୍ୟାପ ସୃଷ୍ଟି କରିବ । ଏହା ସହିତ ସାମୁଦ୍ରିକ କ୍ଷେତ୍ରରେ ଭାରତକୁ ବିଶ୍ବ ସ୍ତରରେ ଆଗରେ ପହଞ୍ଚାଇବାକୁ କାର୍ଯ୍ୟ କରିବ ।

ଏହି ସମ୍ମିଳନୀରେ ବିଭିନ୍ନ ଦେଶର ବିଶିଷ୍ଟ ବକ୍ତା ଯୋଗ ଦେବେ । ଏହା ସହିତ ଭାରତୀୟ ସାମୁଦ୍ରିକ ଡୋମେନରେ ସମ୍ଭାବ୍ୟ ବ୍ୟବସାୟ ସୁଯୋଗ ଏବଂ ନିବେଶ ଅନୁସନ୍ଧାନ କରିବେ ବୋଲି ଆଶା କରାଯାଉଛି । ଏହି ତିନି ଦିନିଆ ସମ୍ମିଳନୀରେ ଡେନମାର୍କ ହେଉଛି ଏହାର ଅଂଶୀଦାର ଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.