ETV Bharat / bharat

ଆଜି ଅଯୋଧ୍ୟା ଦୀପ ମହୋତ୍ସବରେ ସାମିଲ ହେବେ ମୋଦି, ରାମଲାଲାଙ୍କୁ କରିବେ ଦର୍ଶନ

ଦୀପାବଳି ପୂର୍ବରୁ ରାମନଗରୀରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଅଯୋଧ୍ୟାରେ ଆୟୋଜିତ ଦୀପାବଳି ଉତ୍ସବ ସମାରୋହରେ ସାମିଲ ହେବେ । ଅଧିକ ପଢ଼ନ୍ତୁ

author img

By

Published : Oct 23, 2022, 7:27 AM IST

Updated : Oct 23, 2022, 10:43 AM IST

pm modi to inaugurate deepotsav at ayodhya
ଆଜି ଅଯୋଧ୍ୟାରେ ଦୀପ ମହୋତ୍ସବରେ ଯୋଗ ଦେବେ ମୋଦି

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଦେବ ଦୀପାବଳି ଅବସରରେ ପୂର୍ବ ସନ୍ଧ୍ୟାରେ ଅଯୋଧ୍ୟାରେ ପହଞ୍ଚିବେ । ମୋଦିଙ୍କ ଗସ୍ତ ସମୟରେ ରାମଙ୍କ ଜନ୍ମଭୂମି ତୀର୍ଥସ୍ଥଳର ନୀରିକ୍ଷଣ କରିବେ । ପ୍ରଭୁ ରାମଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ରାଜ୍ୟଭିଷେକ କରିବାର କାର୍ଯ୍ୟକ୍ରମ ରହିଛି । ଦୀପାବଳି ଉତ୍ସବ (Deepotsav at ayodhya) ଅବସରରେ ଆୟୋଜିତ ହେବାକୁ ଥିବା ସମାରୋହରେ ମୋଦି ଯୋଗ ଦେବେ । ସରଜୁ ନଦୀର ନୂତନ ଘାଟରେ ଆଳତୀ ସହ 3ଡି ହୋଲୋଗ୍ରଫିକ ପ୍ରୋଜେକ୍ସନ ମାପିଂର ଶୋ ମଧ୍ୟ ଦେଖିବେ ।

ଆଜି ଅଯୋଧ୍ୟା ଦୀପ ମହୋତ୍ସବରେ ସାମିଲ ହେବେ ମୋଦି

କଣ ରହିଛି ମୋଦିଙ୍କ କାର୍ଯ୍ୟକ୍ରମ ?

ଆଜି (ରବିବାର) ସନ୍ଧ୍ୟା 5ଟା ସମୟରେ ଅଯୋଧ୍ୟରେ ରାମଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବେ । ଏହାପରେ ରାମଙ୍କ ଜନ୍ମଭୂମି ତୀର୍ଥସ୍ଥଳର ନୀରିକ୍ଷଣ କରିବା ପାଇଁ ଯିବେ । ସେହିପରି 5.45ରେ ପ୍ରଭୁ ରାମଙ୍କ ରାଜ୍ୟାଭିଷେକ କରିବାର ସୂଚନା ରହିଛି । 6.30 ସମୟରେ ସରଜୁ ନଦୀର ନୂତନ ଘାଟରେ ଆଳତୀ ଦେଖିବେ । ଏହାପରେ ସେଠାରେ ଆୟୋଜିତ ସମାରୋହରେ ସାମିଲ ହେବେ ମୋଦି ।

ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ

ଚଳିତ ବର୍ଷ ଏଠାରେ ଦୀପାବଳି ଉତ୍ସବର ଷଷ୍ଠ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି ଏବଂ ପ୍ରଥମ ଥର ପାଇଁ ମୋଦି ଏଥିରେ ଯୋଗଦେବେ । ଦେବ ଦୀପାବଳି ଉତ୍ସବରେ ପ୍ରାୟ 15 ଲକ୍ଷରୁ ଊର୍ଦ୍ଧ୍ବ ଦୀପ ଜଳିବ । ଏହି ଅବସରରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ ନୃତ୍ୟ ପ୍ରଦର୍ଶିନ କରାଯିବ । ସରଜୁ ନଦୀ ତଟରେ ମ୍ୟୁଜିକାଲ ଲେଜର ଶୋ ଏବଂ 3ଡି ହୋଲୋଗ୍ରାଫିକ ପ୍ରୋଜେକ୍ସନ ମାପିଂ ଶୋର ଉପଭୋଗ କରିବେ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ ।

ଏହା ମଧ୍ୟ ପଢ଼ନ୍ତୁ: Arunachal Chopper Crash: ସମସ୍ତ ମୃତଦେହ ଉଦ୍ଧାର, ଶେଷ ହେଲା ସର୍ଚ୍ଚ ଅପରେସନ

ଏଥର ବି ସେନା ସହ ପାଳିବେ ଦୀପାବଳି

ସୂଚନା ଥାଉକି, ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଗୁଡିକ ପରି ସେନା କ୍ୟାମ୍ପରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀପାବଳିରେ ସେନା କ୍ୟାମ୍ପରେ ପହଞ୍ଚିବା ସହ ସେଠାରେ ଯବାନଙ୍କ ସହ ଦୀପାବଳି ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଗତ ୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ସେନା କ୍ୟାମ୍ପରେ ଦୀପାବଳି ପାଳନ କରି ଆସୁଛନ୍ତି । ଚଳିତ ବର୍ଷ ମଧ୍ୟ ସେ ସମାନ ଧାରା ଦୋହରାଇବାକୁ ଯାଉଛନ୍ତି । ଚଳିତ ଥର ମଧ୍ୟ ସେ ଅଷ୍ଟମ ଥର ପାଇଁ ସେନା କ୍ୟାମ୍ପରେ ଦୀପାବଳି ପାଳନ କରିବାକୁ ଯାଉଛନ୍ତି । ତେବେ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଚଳିତବର୍ଷର ଦଶହରା ସେନା କ୍ୟାମ୍ପରେ ଯବାନଙ୍କ ସହ ପାଳନ କରିଥିଲେ ।

Last Updated : Oct 23, 2022, 10:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.