ETV Bharat / bharat

ଆଜି ସର୍ବଭାରତୀୟ ମେୟର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ସର୍ବ ଭାରତୀୟ ମେୟର ସମ୍ମିଳନୀକୁ(All India Mayors Conference) ଉଦଘାଟନ କରିବା ସହିତ ସମ୍ବୋଧିତ କରିବେ । ପୂର୍ବାହ୍ନ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଯୋଗେ କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଆସନ୍ତାକାଲି ସର୍ବଭାରତୀୟ ମେୟର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦି

author img

By

Published : Dec 16, 2021, 3:35 PM IST

Updated : Dec 17, 2021, 7:28 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଆଜି (ଶୁକ୍ରବାର) ସର୍ବଭାରତୀୟ ମେୟର ସମ୍ମିଳନୀକୁ (All India Mayors Conference) ଉଦଘାଟନ କରିବା ସହ ସମ୍ବୋଧିତ କରିବେ । ପୂର୍ବାହ୍ନ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଯୋଗେ କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସମ୍ମିଳନୀର ବିଷୟ ବସ୍ତୁ ରହିଛି 'ନ୍ୟୁ ଅରବାନ ଇଣ୍ଡିଆ' ବା ଭାରତର ନୂଆ ସହର ।

ଉତ୍ତରପ୍ରଦେଶ ବାରଣାସୀରେ ସହରୀ ବିକାଶ ବିଭାଗ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହେବ । କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ସମସ୍ତ ମେୟରମାନେ ଅଶଂଗ୍ରହଣ କରିବେ । ସହରାଞ୍ଚଳରେ ସହଜ ଜୀବନଯାପନ ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ଚେଷ୍ଟା କରି ଆସିଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ସହରାଞ୍ଚଳ ଭିତ୍ତିଭୂମି ପାଇଁ ଲୋକଙ୍କୁ ସୁବିଧା ଯୋଗାଇ ଦେବାକୁ ସରକାର ଅନେକ ଯୋଜନାର ଶୁଭାରମ୍ଭ କରିବା ସହିତ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଉତ୍ତରପ୍ରଦେଶରେ ଏହାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଗତ ୫ ବର୍ଷ ଭିତରେ ୟୁପିର ସହରାଞ୍ଚଳରେ ଅନେକ ପରିବର୍ତ୍ତନ ହୋଇଛି । ସହରାଞ୍ଚଳ ଉନ୍ନତୀକରଣ ନେଇ ତିନିଦିନିଆ ସମାରୋହ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ରସରକାର ଓ ଉତ୍ତରପ୍ରଦେଶ ସରକାଙ୍କ କାର୍ଯ୍ୟ ତଦାରଖ ହେବ । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ହରଦୀପ ସଂହ ପୁରୀ ଉପସ୍ଥିତ ରହିବେ ।

@ANI

Last Updated : Dec 17, 2021, 7:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.