ETV Bharat / bharat

ସ୍ବାସ୍ଥ୍ୟକ୍ଷେତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଫୋକସ, ତାମିଲନାଡୁରେ ମେଡିକାଲ କଲେଜ ଉଦଘାଟନ କରିବେ ମୋଦି

author img

By

Published : Jan 11, 2022, 11:03 AM IST

Updated : Jan 12, 2022, 7:40 AM IST

ଆଜି (ବୁଧବାର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁରେ ୧୧ଟି ନୂଆ ଚିକିତ୍ସା ମହାବିଦ୍ୟାଳୟ (PM Modi inaugurate medical colleges in Tamil Nadu) ଓ ଚେନ୍ନାଇରେ ଥିବା କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ଉଦଘାଟନ କରିବେ। ଅପରାହ୍ନ ୪ଟାରେ ଆଭାସି ଜରିଆରେ କାର୍ଯ୍ୟକ୍ରମେ ହେବ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଫୋକସ । ଆଜି (ବୁଧବାର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁରେ ୧୧ଟି ନୂଆ ଚିକିତ୍ସା ମହାବିଦ୍ୟାଳୟ (PM Modi to inaugurate medical colleges in Tamil Nadu) ଓ ଚେନ୍ନାଇରେ ଥିବା କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ଉଦଘାଟନ କରିବେ। ଅପରାହ୍ନ ୪ଟାରେ ଆଭାସି ଜରିଆରେ କାର୍ଯ୍ୟକ୍ରମେ ହେବ । ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ମୋଟ୍ ୪ ହଜାର କୋଟି ବ୍ୟୟରେ ମେଡିକାଲ କଲେଜ ନିର୍ମାଣ ହୋଇଛି। ନୂତନ ଭାବେ ତିଆରି ହୋଇଥିବା ଚିକିତ୍ସା ମହାବିଦ୍ୟାଳୟ ପାଇଁ କେନ୍ଦ୍ର ସରକାର ୨,୧୪୫ କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ବଳକା ୧,୮୫୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ବିରୁଧନଗର, ନମାକ୍କାଲ, ନିଳଗିରି, ତିରୁପ୍ପୁର, ଥିରୁବଲ୍ଲୁର, ନାଗପଟ୍ଟିନମ, ଦିଣ୍ଡିଗୁଲ, କଲ୍ଲାକୁରିଚି, ଆରିଆଲୁର, ରାମନାଥପୁରମ ଓ କ୍ରିଷ୍ଣାଗିରି ଜିଲ୍ଲା ଗୁଡ଼ିକରେ ନୂଆ ମେଡିକାଲ କଲେଜ୍ ଗୁଡ଼ିକ ପ୍ରତିଷ୍ଠା ହୋଇଛି।

ଏହା ଦେଶର ସବୁ ପ୍ରାନ୍ତରେ ସୁଲଭ ମୂଲ୍ୟରେ ଚିକିତ୍ସା ସେବା ଯୋଗାଇବାରେ ପ୍ରୋତ୍ସାହନ ମିଳିବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଦିଗରେ ବେଶ ସହାୟକ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୧,୪୫୦ ଶଜ୍ୟା ବିଶିଷ୍ଟ ମେଡିକାଲ କଲେଜ୍ ପୂର୍ବରୁ ରହିଥିବା ଜିଲ୍ଲା ଚିକିତ୍ସାଳୟ ବା ରେଫେରାଲ ହସ୍ପିଟାଲ ଅଧୀନରେ ତିଆରି ହୋଇଛି। ଏହି ଯୋଜନା ଅଧୀନରେ ଯେଉଁ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଘରୋଇ ଚିକିତ୍ସା ମହାବିଦ୍ୟାଳୟ ନଥିଲା ସେଠାରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଅନୁସାରେ ଭାରତୀୟ ଐତିହ୍ୟର ସୁରକ୍ଷା, ସଂରକ୍ଷଣ କରିବା ଓ ଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ପ୍ରତିଷ୍ଠା କରାଯାଇଛି । ଏହି ନୂଆ ତାମିଲ ସଂସ୍ଥାନଟି ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ଦ୍ବାରା ୨୪ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି। ସଂସ୍ଥାନରେ ଇ-ଲାଇବ୍ରେରୀ, ବିଭିନ୍ନ ହଲ ରହିଛି । ଇ-ଲାଇବ୍ରେରୀରେ ୪୫ ହଜାରରୁ ଅଧିକ ପ୍ରଚୀନ ତାମିଲ ପୁସ୍ତକ ସଂଗ୍ରହ କରି ରଖାଯାଇଛି ।

@ANI

Last Updated : Jan 12, 2022, 7:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.