ETV Bharat / bharat

ବିଦାୟୀ ରାଷ୍ଟ୍ରପତି କୋବିନ୍ଦଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ନୈଶ୍ୟଭୋଜି

author img

By

Published : Jul 21, 2022, 7:39 PM IST

24ରେ ଦାୟିତ୍ବରୁ ଅବସର ନେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତାକାଲି ସଂଧ୍ୟାରେ ବିଦାୟୀ ରାଷ୍ଟ୍ରପତି ପାଇଁ ପ୍ରଧାନମନ୍ତ୍ରୀଙ୍କ ନୈଶ୍ୟଭୋଜି । ଦିଲ୍ଲୀର ଅଶୋକା ହୋଟେଲରେ ହେବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଆସନ୍ତାକାଲି ସଂଧ୍ୟାରେ ବିଦାୟୀ ରାଷ୍ଟ୍ରପତି କୋବିନ୍ଦଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ନୈଶ୍ୟଭୋଜି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଗଣନା ଜାରି ରହିଥିବା ବେଳେ 24 ତାରିଖରେ ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ଆସନ୍ତାକାଲି (22 ଜୁଲାଇ) ସଂଧ୍ୟାରେ ବିଦାୟୀ ରାଷ୍ଟ୍ରପତି କୋବିନ୍ଦଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ନୈଶ୍ଯଭୋଜିର ଆୟୋଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଭବ୍ୟ ଆୟୋଜନ ଦିଲ୍ଲୀର ଅଶୋକା ହୋଟଲରେ ହେବାକୁ ଯାଉଛି ।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ୍ୟ ଦଳର ବରିଷ୍ଠ ନେତା ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ରାମନାଥ କୋବିନ୍ଦ 2017 ଜୁଲାଇ 25 ରେ ଦେଶର 14ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ସେହି ସାମାନ ତାରିଖରେ ଆଉ ମାତ୍ର 4 ଦିନ ପରେ ପରବର୍ତ୍ତୀ ରାଷ୍ଟ୍ରପତି ମଧ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରିବେ ।

1994 ମସିହାରେ ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶରୁ ଉଚ୍ଚ ସଦନ ରାଜ୍ୟସଭାକୁ ନିର୍ବାଚିତ ହୋଇ ସକ୍ରିୟ ରାଜନୀତିରେ ନିଜ ଇନିଂସ ରଖିଥିଲେ । 2006 ଯାଏ ଅର୍ଥାତ 12 ବର୍ଷ ପର୍ଯ୍ୟନ୍ତ ସେ ରାଜ୍ୟସଭାରେ ଦୁଇଥର ସାସଂଦ ଭାବେ ପ୍ରତିନିଧିତ୍ବ କରିଥିଲେ । ପରେ ସେ ସକ୍ରିୟ ରାଜନୀତିରୁ ଅବସର ନେବା ସହ 2015 ରୁ 17 ଯାଏ ବିହାରର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ରାଜନୈତିଜ୍ଞ ବ୍ୟତୀତ ସେ ଜଣେ ଆଇନଜୀବୀ ମଧ୍ୟ । ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ମଧ୍ୟ ସେ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି ।

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଜ ପ୍ରତିଦ୍ବନ୍ଦୀ ତଥା ମିଳିତ ବିରୋଧୀଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ଠାରୁ ବେସ ଆଗରେ ରହିଛନ୍ତି । ଏବେ ସୁଦ୍ଧା କେବଳ ଦୁଇ ରାଉଣ୍ଡ ଗଣତି ଶେଷ ହୋଇଛି । ଆଉ କିଛି ସମୟ ମଧ୍ୟରେ ଚୂଡାନ୍ତ ଫଳାଫଳ ଆସିବା ନେଇ ଆଶା କରାଯାଉଛି । ଫଳାଫଳ ଧାରାକୁ ଦେଖିଲେ ଦ୍ରୌପଦୀ କ୍ରମଶଃ ବିଜୟର ନିକଟତର ହେବାରେ ଲାଗିଛନ୍ତି । ତେବେ କୋବିନ୍ଦଙ୍କ ପରେ ଦେଶର ସର୍ବୋଚ୍ଚ ପଦରେ ଜଣେ ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ବସିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.