ETV Bharat / bharat

BJP National Excutive Meeting: ପ୍ରଥମ ଦିନରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କାଲି ଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ । ପ୍ରଥମ ଦିନରେ ମେଗା ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

କାଲି ଦିଲ୍ଲୀରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jan 15, 2023, 4:23 PM IST

ନୂଆଦିଲ୍ଲୀ: ଦଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ମେଗା ରୋଡ ସୋ । ଆସନ୍ତାକାଲି ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରଥମ ଦିନରେ ରାଜଧାନୀ ରାଜରାସ୍ତାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀର ମ୍ୟୁନିସପାଲ କାଉନସିଲ କନଭେନସନ ହଲରେ ହେବାକୁ ଥିବା ଏହି ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ଜାତୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ଭାଜପାର ବହୁ ବରିଷ୍ଠ ନେତା ଅଂଶଗ୍ରହଣ କରିବେ । ତେବେ ଏହି ଦୁଇ ଦିବସୀୟ କାର୍ଯ୍ୟକାରିଣୀର ପ୍ରଥମ ଦିବସରେ ପ୍ରଧାନମନ୍ତ୍ରୀ ଏହି ମେଗା ରୋଡ ସୋ ଆକର୍ଷଣ ପାଲଟିବ ।

ତେବେ ପୂର୍ବରୁ ଦଳ ପକ୍ଷରୁ ଏହି ରୋଡ ସୋ କାର୍ଯ୍ୟକାରୀଣର ଦ୍ବିତୀୟ ଦିବସରେ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା । ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ କରାଯାଇ ଏହାକୁ ପ୍ରଥମ ଦିନରେ କରାଯିବାକୁ ସ୍ଥିର କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ'କୁ ଆହୁରି ଭବ୍ୟ କରିବା ପାଇଁ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗୃହ ରାଜ୍ୟ ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବହୁମତ ପାଇବା ପରେ ପ୍ରଥମ ଥର ଦଳ ଜାତୀୟ କାର୍ଯ୍ୟକାରିଣୀ ଆୟୋଜିତ କରିବାକୁ ଯାଉଛି । ଏଥିରେ ଗୁଜୁରାଟ ବିଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ଧନ୍ୟବାଦ ଦେବା ପାଇଁ ଦଳ ସମସ୍ତ ପ୍ରସ୍ତୁତି ଶେଷ କରିଛି ।

ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୈଠକ ସ୍ଥଳଠାରୁ ପ୍ରାୟ ଏକ କି.ମି ଦୂରରୁ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ' ଆରମ୍ଭ ହେବ । ବିଭିନ୍ନ ରାଜ୍ୟର ପାରମ୍ପରିକ କଳାକାରମାନେ ମଧ୍ୟ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ' ଆଗେ ଆଗେ ପାରମ୍ପରିକ ନୃତ୍ୟଶୀଳ୍ପୀମାନେ ନୃତ୍ୟ ପରିବେଷଣ କରିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ପାର୍ଟିର କାର୍ଯ୍ୟକର୍ତ୍ତା ଓ ସମର୍ଥକ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ ଜଣାଇବେ । ଅପରାହ୍ନ ପ୍ରାୟ 3ଟାରେ ଏହି ରୋଡ ସୋ' ବାହାରିବା ପରେ ସଂଧ୍ୟାରେ ବୈଠକ ଆରମ୍ଭ ହେବ ।

ଏଥିପାଇଁ ଦିଲ୍ଲୀ ପୋଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ହେବାକୁ ଥିବା ମାର୍ଗକୁ ସାଧାରଣ ଦିଲ୍ଲାବାସୀଙ୍କ ପାଇଁ ସାମୟିକ ବନ୍ଦ ରଖାଯିବ । ଅଶୋକା ରୋଡ୍, ସଂସଦ ମାର୍ଗ, ଜନ୍ତର ମନ୍ତର ରୋଡ, ଇମତିଆଜ ଖାନ ମାର୍ଗ ଆଦି ରାସ୍ତାକୁ ଆସନ୍ତାକାଲି(ଜାନୁଆରୀ 16 ) ଅପରାହ୍ନ 2.30ରୁ 5ଟା ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ବନ୍ଦ ରଖିବାକୁ ପୋଲିସ ନିଷ୍ପତ୍ତି ନେଇଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ' ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.