ETV Bharat / bharat

ପୋଙ୍ଗଲରେ ତେଲେଙ୍ଗାନାକୁ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି, ଆଜିଠୁ ଟ୍ରାକରେ ଦୌଡିବ ଟ୍ରେନ

ଆଜିଠୁ ସିକନ୍ଦରବାଦ ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫେରେସିଂ ଯୋଗେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi to flag Vande Bharat Express train
ତେଲେଙ୍ଗାନାରେ ଗଡିବ ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ
author img

By

Published : Jan 15, 2023, 8:49 AM IST

ହାଇଦ୍ରାବାଦ: ଆଜିଠୁ ତେଲେଙ୍ଗାନାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଦେଶର ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଜି ଭିଡିଓ କନଫରେସିଂ ଯୋଗେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟ୍ରେନଟି ସିକନ୍ଦରବାଦ ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି ।

ବନ୍ଦେ ଭାରତ ଏକ୍ସପ୍ରେସ ଗଡିବା ପୂର୍ବରୁ ଗତକାଲି(ଶନିବାର) ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାର ଯାଞ୍ଚ କରିଥିଲେ । ଆଜି ତେଲେଙ୍ଗାନାରେ ପୋଙ୍ଗଲ ଉତ୍ସବର ଦ୍ବିତୀୟ ଦିନ ଥିବାରୁ ମୋଦି ଏହାର ଉଦଘାଟନ କରିବେ । ଏନେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ''ପୋଙ୍ଗଲ ଅବସରରେ ଏହା ତେଲେଙ୍ଗାନାବାସୀଙ୍କ ପାଇଁ ଏକ ବଡ ଉପହାର । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ସବୁଠାରୁ ଲୋକପ୍ରିୟ ଟ୍ରେନ୍, ଆଧୁନିକ ଟ୍ରେନ୍ ଦୁଇ ତେଲୁଗୁ ଭାଷାଭାଷୀ ଏବଂ ପ୍ରମୁଖ ସହରକୁ ସଂଯୋଗ କରିବ। ''

ଏହି ଟ୍ରେନ ସିକନ୍ଦରବାଦଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ । ୱାରଙ୍ଗଲ, ଖମାମ, ବିଜୟୱାଡା, ଓ ରାଜମୁଣ୍ଡ୍ରୀରେ ଏହାର ଷ୍ଟପେଜ ହେବ । ସିକନ୍ଦରବାଦ ଠାରୁ ବିଶାଖାପାଟଣା ୭୦୦ କିମି ରାସ୍ତାକୁ ୮ ଘଣ୍ଟାରେ ଅତିକ୍ରମ କରିବ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଟ୍ରେନରେ ଯାତ୍ରୀ ମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ଏଥିରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ଯାତ୍ରା କରିବେ ଯାତ୍ରୀ । ଏହାର ଅନୁଭୂତି ମଧ୍ୟ ନିଆରା ରହିବ ।

ଆସନ୍ତା ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଗସ୍ତରେ ଆସି ଏହାର ଉଦଘାଟନ କରିବେ ବୋଲି କୁହାଯାଉଥିଲା । କିନ୍ତୁ କୌଣସି କାରଣ ବସତଃ ଆଜି ଭିଡିଓ କନଫରେସିଂ ଯୋଗେ ବନ୍ଦେ ଭାରତ ଏକ୍ସପ୍ରେସନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଅନେକ ପ୍ରକଳ୍ପର ଉଦଘାଟନ କରାଯିବ ବୋଲି କୁହାଯାଇଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ ପରେ ୬୯୯ କୋଟି ଟଙ୍କା ବ୍ୟୟରେ ସିକନ୍ଦରବାଦ ରେଳ ଷ୍ଟେସନର ଆଧୁନିକୀରଣ ପାଇଁ ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ମଧ୍ୟ ହୋଇପାରେ ।

ଏଥିସହ ୧୫୦ କିମି ଜାତୀୟ ରାଜପଥ ନିର୍ମାଣର ଭୂମି ପୂଜନ ମଧ୍ୟ ହୋଇପାରେ । ଯାହାର ବ୍ୟୟବରାଦ ରହିଛି ୧୮୫୦ କୋଟି । ଏହି ଜାତୀୟ ରାଜପଥ ମଧ୍ୟରେ ୧୦୩ କିମି ଜାତୀୟ ରାଜପଥ ୧୬୭ ମେହବୁବ ନଗର-ଚିନଚୋଲି ମଧ୍ୟରେ ନିର୍ମାଣ ହେବ । ଏହାସହ ଏକ ରେଳ ୱାର୍କସପ୍‌ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ହେବ । ଏହା କାଜିପେଟ ଷ୍ଟେସନରେ ନିର୍ମାଣ ହେବ । ଖର୍ଚ୍ଚ ହେବ ୫୨୧ କୋଟି ଟଙ୍କା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.