ETV Bharat / bharat

ସିଡନୀ ସମ୍ବାଦ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ - ଅଷ୍ଟ୍ରେଲିଆର ସିଡନୀ ସମ୍ବାଦ କାର୍ଯ୍ୟକ୍ରମ

ଆଜି 'ସିଡନୀ ସମ୍ବାଦ' କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ସିଡନୀ ସମ୍ବାଦ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

author img

By

Published : Nov 18, 2021, 8:20 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଗୁରୁବାର) 'ସିଡନୀ ସମ୍ବାଦ' କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ । କାର୍ଯ୍ୟକ୍ରମରେ ମୋଦି ଭାରତର ଟେକ୍ନୋଲୋଜି ବିକାଶ ତଥା କ୍ରାନ୍ତି ପ୍ରସଙ୍ଗ ଉପରେ ଆଲୋଚନା କରିବେ । ନଭେମ୍ବର 17 ରୁ 19 ପର୍ଯ୍ୟନ୍ତ 'ସିଡନୀ ସମ୍ବାଦ' କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହା ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟର ଏକ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଏକ ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆଜି ରାତି ପ୍ରାୟ 9 ଟାରେ 'ସିଡନୀ ସମ୍ବାଦ'ରେ ମୁଖ୍ୟ ଅଭିଭାଷଣ ପ୍ରଦାନ କରିବେ । 'ଭାରତରେ ଟେକ୍ନୋଲୋଜି ବିକାଶ ଏବଂ କ୍ରାନ୍ତି' ବିଷୟବସ୍ତୁ ଉପରେ ପ୍ରଧାନମନ୍ତ୍ରୀ ନିଜର ମତ ପ୍ରକାଶ କରିବେ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଉଦଘାଟନୀ ଉତ୍ସବରେ ଯୋଗଦେବେ ।

'ସିଡନୀ ସମ୍ବାଦ' ରାଜନେତା, ଶିଳ୍ପପତି ଏବଂ ସରକାରୀ ମୁଖ୍ୟମାନଙ୍କୁ ଏକତ୍ରିତ କରିବ । ବ୍ୟାପକ ଆଲୋଚନାରେ ଅଂଶଗ୍ରହଣ କରିବ, ନୂତନ ଚିନ୍ତାଧାରା ସୃଷ୍ଟି କରିବ ଏବଂ ଉଦୀୟମାନ ତଥା ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଦ୍ବାରା ସୃଷ୍ଟି ହୋଇଥିବା ସୁଯୋଗ ଏବଂ ଆହ୍ବାନଗୁଡିକ ବିଷୟରେ ଏକ ସାଧାରଣ ବୁଝାମଣା ବିକାଶ ଦିଗରେ କାର୍ଯ୍ୟ କରିବ।

'ସିଡନୀ ସମ୍ବାଦ'ରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ମୋରିସନ୍ ଏବଂ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିବେ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.