ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜନଔଷଧି ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ଏହା ସହିତ ସିଲଂରେ 7500ତମ ଜନଔଷଧି କେନ୍ଦ୍ରକୁ (ଏନଇଆଇଜିଆରଆଇଏଚଏମଏସ)କୁ ଦେଶ ପାଇଁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନଫରେନ୍ସଂ ଜରିଆରେ ସମୟ 10ଟାରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଏହା ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଷ୍ଟକହୋଲ୍ଡର ମାନଙ୍କ ଉକୃଷ୍ଟ କାର୍ଯ୍ୟ ପାଇଁ ସେମାନଙ୍କୁ ପୁରସ୍କୃତ କରିବେ ମୋଦି । ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନାରେ ଲୋକମାନଙ୍କ ଉପଯୁକ୍ତ ମୂଲ୍ୟରେ ଭଲ ଔଷଧ ଯୋଗାଇ ଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏହି ଯୋଜନା ଅଧିନରେ ଦେଶର ସମସ୍ତ ଜିଲ୍ଲାରେ 7499ଟି କେନ୍ଦ୍ର ରହିଛି ।
ଆର୍ଥିକ ବର୍ଷ 2020-21ରେ ସାଧାରଣ ନାଗରିକମାନଙ୍କ ପାଇଁ 3600 କୋଟି ଜମା କରାଯାଇଥିବା ବେଳେ ବଜାରରେ ଔଷଧର ମୂଲ୍ୟ 50 ପ୍ରତିଶତରୁ 90 ପ୍ରତିଶତକୁ ବୃଦ୍ଧି ପାଇଛି । ଏହି ଜନଔଷଧି ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ରାସାୟନିକ ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ ଉପସ୍ଥିତ ରହିବେ ।
ଜନଔଷଧି କାର୍ଯ୍ୟକ୍ରମ ବିଷୟରେ ଅଧିକ ସଚେତନତ ସୃଷ୍ଟି କରିବାକୁ ମର୍ଚ୍ଚ 1ରୁ 7 ତାରିଖ ଯାଏଁ ଦେଶବ୍ୟାପୀ ଜନଔଷଧି ସପ୍ତାହ ଭାବରେ ପାଳନ କାରାଯାଏ । ଏହାର ବିଷୟବସ୍ତୁ ରହିଛି ଜନ ଔଷଧି-ସେବା , ରୋଜଗାର । ସପ୍ତାହରେ ଶେଷ ଦିନକୁ ଜନଔଷଧି ଦିବସ ଭାବରେ ପାଳନ କରାଯାଏ ।
@ANI