ETV Bharat / bharat

ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ, କେନ୍ଦ୍ର କ୍ୟାବିନେଟ ଅଦଳବଦଳ ଚର୍ଚ୍ଚା

author img

By

Published : Jul 3, 2023, 10:30 AM IST

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ମନ୍ତ୍ରୀମଣ୍ଡଳରେ ହୋଇପାରେ ବଡଧରଣର ଅଦଳବଦଳ । ଅଧିକ ପଢନ୍ତୁ

pm modi to chair meeting of council of ministers

ନୂଆଦିଲ୍ଲୀ: ମୋଦିଙ୍କ କ୍ୟାବନେଟରେ ହୋଇପାରେ ବଡ ଧରଣର ଅଦଳବଦଳ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ମନ୍ତ୍ରୀ ପରିଷଦ ବୈଠକ । ନୂଆଦିଲ୍ଲୀର ପ୍ରଗତି ମଇଦାନର କନଭେନସନ ହଲରେ ଏହି ବୈଠକ ବସିବା ନେଇ କୁହାଯାଉଛି । କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ହେବା ନେଇ ବୈଠକରେ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି । ଦଳର ବହୁ ବରିଷ୍ଠ ନେତା ଏଥିରେ ସାମିଲ ହେବେ । ଜୁଲାଇ 20ରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ ।

ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ଜୁଲାଇ 2021ରେ କେନ୍ଦ୍ର କ୍ୟାବିନେଟ୍ ପୁନର୍ଗଠିତ ହୋଇଥିଲା । ଏହା ପର ଠାରୁ କୌଣସି ବଡ ଦରଣର ଅଦଳବଦଳ ହୋଇନାହିଁ । ଗତ ମେ 18 ତାରିଖରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଛୋଟିଆ ଅଦଳବଦଳ ହୋଇଥିଲା । କିରଣ ରିଜିଜୁଙ୍କୁ କେନ୍ଦ୍ର ଆଇନମନ୍ତ୍ରୀ ପଦରୁ ହଟାଇ ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଦାୟିତ୍ବ ଦିଆଯାଇଥିଲା । କିରଣ ରିଜିଜୁଙ୍କୁ ବିଜ୍ଞାନ ଓ ଭୂପୃଷ୍ଠ ମନ୍ତ୍ରଣାଳୟ ମିଳିଥିଲା ।

ଜୁନ 28 ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହାପରେ ପରେ କ୍ୟାବିନେଟ ପୁର୍ନଗଠନ ଏବଂ ବିଜେପିର ସାଂଗଠନିକ ପରିବର୍ତ୍ତନ ନେଇ ରାଜନୈତିକ ସ୍ଥରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଆଗକୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପରେ 2024 ଲୋକସଭା ନିର୍ବାଚନ ହେବ । ତେଣୁ ଆଜିର ମନ୍ତ୍ରୀ ପରିଷଦ ବୈଠକ ବେଶ ଗୁରୁତ୍ବ ବହନ କରୁଛି ।

ଏହା ମଧ୍ୟ ପଢନ୍ତୁ-NCP political Crisis: ଭାଇ ସହ କଣ କଳି, ବିଜେପିର ଏ ନାଟ କହିଲେ ସୁପ୍ରିୟା ସୁଲେ

କେନ୍ଦ୍ରରୁ ବିଜେପି ସରକାରକୁ କ୍ଷମତାଚ୍ୟୁତ କରିବାକୁ ଜୁନ 23 ତାରିଖରେ ପାଟନାରେ ଏକଜୁଟ ହୋଇଥିଲେ ବିରୋଧି ନେତା । ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ପାଟନା ଠାରେ ବିରୋଧି ଦଳ ଗୁଡିକର ମହାବୈଠକ ହୋଇଥିଲା । 2024 ନିର୍ବାଚନରେ ଏକତ୍ର ହୋଇ ଲଢେଇ କରିବାକୁ ବୈଠକ ବସିଥିଲା ।

ତେବେ ଏହାରି ମଧ୍ୟରେ ରବିବାର ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଦେଖିବାକୁ ମିଳିଥିଲା । ଦୁଇ ଫାଳ ହୋଇଥିଲା ଏନସିପି । 40 ଜଣ ବିଧାୟକଙ୍କ ସହିତ ଏନସିପି ସୁପ୍ରିମୋ ଶରଦ ପାଓ୍ବରଙ୍କ ପୁତୁରା ତଥା ମହାରାଷ୍ଟ୍ର ବିରୋଧୀ ଦଳ ନେତା ଅଜିତ ପାଓ୍ବାର ବିରୋଧୀ ଦଳ ନେତାରୁ ସିଧା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଯାହାକୁ ନେଇ ଏବେ ରାଜନୈତିକ ପାଣିପାଗ ସରଗରମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.