ETV Bharat / bharat

ମେ’ 17ରେ ରାଜ୍ୟର ଶିକ୍ଷା ସଚିବଙ୍କ ସହ ବୈଠକ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

author img

By

Published : May 15, 2021, 1:26 PM IST

ମେ 17ରେ ସମସ୍ତ ରାଜ୍ୟର ଶିକ୍ଷା ସଚିବଙ୍କ ସହ ଶିକ୍ଷା କ୍ଷେତ୍ରରେ ମହାମାରୀର ପ୍ରଭାବକୁ ନେଇ ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଅଧିକ ପଢନ୍ତୁ...

ମେ 17ରେ ରାଜ୍ୟର ଶିକ୍ଷା ସଚିବଙ୍କ ସହ ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ମେ 17ରେ ସମସ୍ତ ରାଜ୍ୟର ଶିକ୍ଷା ସଚିବଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଶିକ୍ଷା କ୍ଷେତ୍ରରେ ମହାମାରୀର ପ୍ରଭାବକୁ ନେଇ ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ଭର୍ଚୁଆଲ ବୈଠକରେ ଅନଲାଇନ ଶିକ୍ଷାର ପ୍ରୋତ୍ସାହନ ଏବଂ ନୂତନ ଶିକ୍ଷା ନୀତିର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବେ । ତେବେ କୋରୋନାର ଦ୍ବିତୀୟ ଲହରରେ ରାଜ୍ୟ ଶିକ୍ଷା ସଚିବଙ୍କ ସହ ଏହା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରଥମ ଭର୍ଚୁଆଲ ବୈଠକ ।

ଆସନ୍ତା ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସମସ୍ତ ରାଜ୍ୟ ଶିକ୍ଷା ସଚିବଙ୍କୁ ଭେଟିବେ । କୋରୋନା ମହାମାରୀ ଏବଂ ଏହାର ଶିକ୍ଷା ଉପରେ ଏହାର ପ୍ରଭାବ, ଅନଲାଇନ୍ ଶିକ୍ଷାର ପ୍ରୋତ୍ସାହନ, ନୂତନ ଶିକ୍ଷା ନୀତିର କାର୍ଯ୍ୟକାରିତା ବୈଠକରେ ମୁଖ୍ୟ ଏଜେଣ୍ଡା ହେବ ବୋଲି ଶିକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି । ତେବେ କୋରୋନା ମୁକାବିଲା ପାଇଁ ରାଜ୍ୟ ଶିକ୍ଷା ବିଭାଗର ପ୍ରସ୍ତୁତି ଏବଂ ଛାତ୍ରଛାତ୍ରୀମାନେ କିପରି ଅନଲାଇନ୍ ଶିକ୍ଷା ଜାରି ରଖିବେ ତାହାର ସମୀକ୍ଷା କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.