ETV Bharat / bharat

ଆଜି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକ

author img

By

Published : Feb 20, 2021, 7:56 AM IST

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ । ଅଧିକ ପଢନ୍ତୁ...

ଆଜି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକ
ଆଜି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକ

ନୂଆଦିଲ୍ଲୀ: ଆଜି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦର ବୈଠକ । ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ଜରିଆରେ ଅଧ୍ୟକ୍ଷତା କରିବେ । ବୈଠକର ଏଜେଣ୍ଡା ଭାବେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ତୃଣମୂଳସ୍ତରରେ ସେବା ପ୍ରଦାନ ଏବଂ ସ୍ବାସ୍ଥ୍ୟ ଓ ପୁଷ୍ଟିକର ସମ୍ବନ୍ଧିତ ବିଷୟରେ ସ୍ଥାନିତ ହୋଇଛି ।

ଆନ୍ତଃ ବିଭାଗୀୟ ଏବଂ ସଂଘୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବା ନେଇ ପରିଚାଳନା ପରିଷଦ ଏକ ପ୍ଲାଟଫର୍ମ ଉପସ୍ଥାପନା କରିଛି। ନୀତି ଆୟୋଗର ଉଚ୍ଚ ସ୍ତରୀୟ ପରିଷଦର ଏହି ବୈଠକରେ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, କେତେକ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ସାମିଲ ହେବେ । ଷଷ୍ଠ ବୈଠକରେ ପ୍ରଥମ ଥର ଲଦାଖ ଓ ଜମ୍ମୁ-କାଶ୍ମୀରର ଅଧିକାରୀ ସାମିଲ ହେବେ ।

ବୈଠକରେ ପରିଚାଳନା ପରିଷଦର ପୂର୍ବତନ ଅଧିକାରୀ, ସଦସ୍ୟ, କେନ୍ଦ୍ରମନ୍ତ୍ରୀଗଣ, ଉପାଧ୍ୟକ୍ଷ ନୀତି ଆୟୋଗର ସଦସ୍ୟ ତଥା ସିଇଓ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେବେ । ତେବେ ଗତବର୍ଷ କୋରୋନା ସଂକ୍ରମଣ ଯୋଗୁଁ ପାଇଁ ବୈଠକ ହୋଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.