ETV Bharat / bharat

Pravasi Bharatiya Divas: ଇନ୍ଦୋରରେ ଚାଲିଛି ପ୍ରବାସୀ ଭାରତୀୟ ସମ୍ମିଳନୀ, ଆଜି ସାମିଲ ହେବ ମୋଦି - ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବ ମୋଦି

ଆଜି ୧୭ ତମ ପ୍ରବାସୀ ଭାରତୀୟ ଦିବସ । ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Pravasi Bharatiya Divas
Pravasi Bharatiya Divas
author img

By

Published : Jan 9, 2023, 7:42 AM IST

ନୂଆଦିଲ୍ଲୀ: ଭାରତର ବିକାଶରେ ପ୍ରବାସୀ ଭାରତୀୟଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ବିଦେଶରେ ରହି ମଧ୍ୟ ଦେଶ ପ୍ରତି ଥିବା ତାଙ୍କ ଅବଦାନକୁ ପାଳନ କରିବା ପାଇଁ ପ୍ରତି ବର୍ଷ ଆଜିର ଦିନରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ । ଅନେକ ଭାରତୀୟ ଦେଶ ବାହାରେ ରହି ମଧ୍ୟ ଭାରତର ପାଇଁ ବେଶ ସୁନାମ ଅର୍ଜନ କରିଛନ୍ତି । ଭାରତ ସରକାରଙ୍କ ସହିତ ବିଦେଶୀ ଭାରତୀୟ ସମ୍ପ୍ରଦାୟର ଯୋଗଦାନକୁ ମଜବୁତ କରିଥାନ୍ତି ପ୍ରବାସୀ ଭାରତୀୟ ବା ଏନଆରିଆଇ (Non-Resident Indian) । ଏହି ଅବସରରେ ପ୍ରତିବର୍ଷ ଆଜିର ଦିନକୁ ପ୍ରବାସୀ ଭାରତୀୟ ଦିବସ(Pravasi Bharatiya Divas) ରୂପ ପାଳନ କରାଯାଏ । ରବିବାର ୧୭ ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ମଧ୍ୟପ୍ରଦେଶର ଇନ୍ଦୋରରେ ତିନିଦିନିଆ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଜି ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Looking forward to being in the vibrant city of Indore tomorrow, 9th January to mark Pravasi Bharatiya Divas. This is a great opportunity to deepen the connect with our diaspora, which has distinguished itself globally. https://t.co/0lIDULkFlj

    — Narendra Modi (@narendramodi) January 8, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ''ସୋମବାର ପ୍ରବାସୀ ଭାରତୀୟ ଦିବସ ପାଳନ କରିବା ପାଇଁ ମୁଁ ଅପେକ୍ଷା କରିଛି । ପ୍ରବାସୀ ଭାରତୀୟଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏହା ଏକ ଉତ୍ତମ ସୁଯୋଗ ମୋ ପାଇଁ । ଯେଉଁ ମାନେ ବିଶ୍ବ ସ୍ତରରେ ନିଜର ଏକ ସ୍ବତନ୍ତ ପରିଚୟ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ପର୍ଯ୍ୟନ୍ତ ମଧ୍ୟ ଜାରି ରହିବ । ଆଜିର ଥିମ ହେଉଛି ପ୍ରବାସୀ ''ଅମୃତକାଳରେ ଭାରତୀର ପ୍ରଗତୀ ପାଇଁ ବିଶ୍ବାସନିୟ ଭାଗିଦାର''(Reliable partners for India's progress in Amrit Kaal ) ।''

ଏକ ସରକାରୀ ସୁତ୍ରରୁ ଜଣାପଡିଛି ଯେ, ପ୍ରାୟ ୭୦ଟି ଦେଶରେ ରହୁଥିବା ୩୫ ହଜାରରୁ ଅଧିକ ପ୍ରବାସୀ ସଦସ୍ୟ ଆଜିର ଦିବସ ପାଇଁ ପଞ୍ଜିକରଣ କରିଛି । ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଆଜି ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ଗୁୟାନା ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲି ( Guyana President Mohamed Irfaan Ali ) ଏବଂ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାନ୍ତୋଖୀ(Surinamese President Chandrikapersad Santokh) ସାମିଲ ହୋଇ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

୨୦୦୩ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରବାସୀ ଭାରତୀୟ ମାନଙ୍କ ମଧ୍ୟରେ ସମ୍ପର୍କ ଯୋଡିବା ପାଇଁ ପ୍ରବାସୀ ଭାରତୀୟ ଦିବସ ଆରମ୍ଭ କରିଥିଲେ । ୨୦୧୫ ପରେ ଏହି ଦିବସକୁ ଦୁଇ ବର୍ଷରେ ଥରେ ପାଳନର ପ୍ରସ୍ତାବ ରଖାଯାଇଥିଲା । ଏହି ଅବସରରେ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯାଏ । ଏହି ଦିବସ ପାଳନ କରିବାର ମୂଳ ଲକ୍ଷ୍ୟହେଲା ଭାରତୀୟଙ୍କ ଭାରତ ପ୍ରତି ଭାବନା ଏବଂ ଦେଶବାସୀଙ୍କ ପ୍ରତି ସାକରାତ୍ମକ ଭାବର ଆଦାନ ପ୍ରଦାନ ପାଇଁ ଏକ ମଞ୍ଚ ପ୍ରଦାନ କରିବା । ଆପୋଷ ହିତସାଧନକାରୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ସେମାନଙ୍କ ପୈତୃକ ଜନ୍ମମାଟି ସହ ଜଡିତ ଲୋକମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ଲାଗି ବିଦେଶରେ ବସବାସ କରୁଥିବା ଭାରତୀୟ ମାନଙ୍କୁ ଯୋଡିବା ଏହି ଦିବସର ମୂଳ ଲକ୍ଷ୍ୟ ।୧୯୧୫ ଜାନୁଆରୀ ୯ ତାରିଖରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରେଷ୍ଠ ପ୍ରବାସୀ ଭାବେ ବିବେଚନା କରାଯାଇଥିଲା । ଦେଶର ନାଗରିକ ଯେତେବେଳେ ଜୀବିକା ସନ୍ଧାନରେ ଅନ୍ୟ ଦେଶକୁ ଯାଇଥାନ୍ତି ସେମାନଙ୍କୁ ପ୍ରବାସୀ ବୋଲି କୁହାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.