ଚଣ୍ଡିଗଡ: ଦିନ କେଇଟା ପରେ ପଞ୍ଜାବ ବିଧାନସଭା ନିର୍ବାଚନ । ୧୧୭ ଆସନ ପାଇଁ ଆସନ୍ତା ୨୦ ତାରିଖରେ ଏଠାରେ ଭୋଟ୍ ପଡିବାକୁ ଥିବାବେଳେ ଏବେ ମୈଦାନକୁ ଓହ୍ଲାଇବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି । NDA ପ୍ରାର୍ଥୀଙ୍କୁ ବଳ ଦେବାକୁ ମୋଦି ପଞ୍ଜାବରେ ତିନୋଟି ରାଲି କରିବେ । ଆସନ୍ତା ୧୪, ୧୬ ଓ ୧୭ ତାରିଖରେ ରାଜ୍ୟର ମାଲବା, ଦୋଆବା ଏବଂ ମାଝା ଠାରେ ପିଏମ୍ ତିନୋଟି ଜନସଭାକୁ ସମ୍ବୋଧିତ କରିବେ । ଏନେଇ ଭାଜପାର ପଞ୍ଜାବ ପ୍ରଦେଶ ମହାସଚିବ ସୁବାଷ ଶର୍ମା ସୂଚନା ଦେଇଛନ୍ତି ।
ପ୍ରଥମେ ଫେବୃୟାରୀ ୧୪ରେ ମୋଦି ଜଳନ୍ଧର ଠାରେ ଏକ ଜନସଭା ସମ୍ବୋଧିତ କରିବେ । ଏହାପରେ ୧୬ ତାରିଖ ଦିନ ପଠାନକୋଟରେ ଦ୍ବିତୀୟ ରାଲି ଏବଂ ୧୭ରେ ଅବୋହାର ଠାରେ ତୃତୀୟ ରାଲି କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି ରାଲି ପଞ୍ଜାବର ରାଜନୈତିକ ମାହୋଲରେ ପରିବର୍ତ୍ତନ ଆଣିବା ସଙ୍ଗେ ସଙ୍ଗେ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ଆତ୍ମବିଶ୍ବାସକୁ ବୃଦ୍ଧି କରିବ ବୋଲି ସୁବାଷ ଶର୍ମା କହିଛନ୍ତି । ପୂର୍ବରୁ ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ଦେଶବ୍ୟାପୀ ତୁମ୍ବିତୋଫାନ ଆରମ୍ଭ ହୋଇଥିଲା । ଏହି ଦୃଷ୍ଟିରୁ ପିଏମ୍ଙ୍କ ସୁରକ୍ଷାକୁ ନେଇ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି କମିଶନରଙ୍କ ଯାଏଁ ସମସ୍ତେ ସଜାଗ ରହିଛନ୍ତି ।
ଫେବୃଆରୀ 20ରେ ଗୋଟିଏ ପର୍ଯ୍ୟାୟରେ ପଞ୍ଜାବରେ ମତଦାନ ଶେଷ ହେବ । ସେହିପରି ଅନ୍ୟ ୪ ରାଜ୍ୟ ସହିତ ମାର୍ଚ୍ଚ 10ରେ ପଞ୍ଜାବରେ ଭୋଟ୍ ଗଣତି ସହ ଜନାଦେଶ ପ୍ରକାଶ ପାଇବ ।
@ANI