କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିଶ୍ବ ଭାରତୀ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ। ଭିଡିଓ କନଫରେନ୍ସଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି ।
ଶୁକ୍ରବାର ସମୟ 11ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ବ ଭାରତୀ ସମ୍ମିଳନୀକୁ ସମ୍ବୋଧିତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ଏହି ସମାରୋହରେ ମୋଟ 2,535ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ।
ଏହି ସମାରୋହରେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଓ ଶିକ୍ଷା ବିଭାଗର ଏମଓଏସ ସଞ୍ଜୟ ଧୋଟ୍ରୀ ପ୍ରମୁଖ ଉପସ୍ଥିତ ରହିବେ । ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ ଶାନ୍ତିନିକେତନରେ ଅବସ୍ଥିତ । ଯାହା 1921ରେ ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ଏହା ଦେଶର ସର୍ବ ପୁରାତନ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ।
1951 ମସିହାରେ ବିଶ୍ବ ଭାରତୀକୁ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟ ଭାବରେ ଘୋଷଣା କରାଯାଇଥିଲା । ଏହା ସହିତ ସଂସଦର ନିୟମ ଦ୍ବାରା ଏହାକୁ ଜାତୀୟ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ଭାବରେ ଘୋଷଣା କରାଯାଇଥିଲା । ଏହି ବିଶ୍ବ ବିଦ୍ୟାଳୟ ଟାଗୋରଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷାଗତ ଯୋଗ୍ୟତା ଅନୁସରଣ କରିଥିଲା । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ବିଶ୍ବ ବିଦ୍ୟାଳୟର କୁଳପତି ଅଟନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ