ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଲୋକଙ୍କୁ ସମ୍ବୋଧିତ କରି ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରୁଥିବା ଶିକ୍ଷା, ଗବେଶଣା ଏବଂ ଦକ୍ଷତା ବିକାଶର ଗୁରୁତ୍ବ ଉପରେ ଆଲୋଚନା କରିବେ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରେମଶ ପୋଖରିଆଲ 'ନିଶଙ୍କ' ଟ୍ବିଟ କରି ସୂଚନା ଦେଇଛନ୍ତି ।
ସମୟ 10ଟା 30ର ପ୍ରଧାନମନ୍ତ୍ରୀ 'ହାରନେସିଙ୍ଗ ଶିକ୍ଷା', ଗବେଷଣା ଏବଂ ଦକ୍ଷତା ବିକାଶରେ ଆତ୍ମନିର୍ଭର ଭାରତର କାର୍ଯ୍ୟକ୍ରମ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ । ସରକାର ଏବଂ ଶିକ୍ଷାନୁଷ୍ଠାନ ଦ୍ବାରା କେନ୍ଦ୍ର ଯୋଜନାରେ ଆତ୍ମନିର୍ଭର ଭାରତ ଭଳି ନିଆଯାଇଥିବା ପଦକ୍ଷେପ ଶିକ୍ଷା ଯୋଜନା, ଅନୁସନ୍ଧାନମୂଳକ କାର୍ଯ୍ୟକ୍ରମ ଏବଂ ଦକ୍ଷତା ବିକାଶ ପ୍ରୟାସର ପ୍ରଭାବ ବିଷୟରେ ଆଲୋଚନା କରିବା ନେଇ ସୂଚନା ମିଳିଛି ।
ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହେବ । ଗବେଷଣା, ଦକ୍ଷତା ବିକାଶ ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ସାହାଯ୍ୟ କରିବ । ଆୟୋଜିତ ଆତ୍ମନିର୍ଭର ଭାରତ ସଭାର ଉଦଯାପିତ ଉତ୍ସବରୁ ସମୟ 3ଟା 35ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସମ୍ବୋଧିତ କରିବା ନେଇ ସୂଚନା ମିଳିଛି ।