ETV Bharat / bharat

ଆଜି ସଂଧ୍ୟାରେ ହାଇଦ୍ରାବାଦରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ - ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ମୋଦି

ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଅନ୍ତିମ ଦିବସ । ସଂଧ୍ୟାରେ ହାଇଦ୍ରାବାଦରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଆଜି ହାଇଦ୍ରାବାଦରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଆଜି ହାଇଦ୍ରାବାଦରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀଆଜି ହାଇଦ୍ରାବାଦରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
author img

By

Published : Jul 3, 2022, 8:44 AM IST

ହାଇଦ୍ରାବାଦ: ଦୁଇ ଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଅନ୍ତିମ ଦିବସ । ଆଜି ସାଂଗଠନିକ କାର୍ଯ୍ୟକ୍ରମ ଶେଷରେ ଆଜି ସଂଧ୍ୟାରେ ହାଇଦ୍ରାବାଦରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ସିକନ୍ଦରାବାଦରେ ଆୟୋଜିତ ଏହି ଜନସଭାର ନାମ ରଖାଯାଇଛି ‘ବିଜୟ ସଙ୍କଳ୍ପ ସଭା’ । ତେଲେଙ୍ଗାନାରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବିଜେପି ଏହି ଠାରୁ ହିଁ ନିର୍ବାଚନୀ ରଣନୀତି ଆରମ୍ଭ କରିବାକୁ ଯାଉଛି । ଆଜି ଆୟୋଜିତ ସଭାରେ ପ୍ରାୟ 40 ହଜାର ଜନସାଧାରଣଙ୍କ ସମାଗମ ହେବା ନେଇ ଆଶାବାଦୀ ଅଛି ଦଳ ।

ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି (ଶନିବାର) ହାଇଦ୍ରାବାଦରେ ପହଞ୍ଚିଥିଲେ । ଆଜି କାର୍ଯ୍ୟକାରିଣୀର ଦ୍ବିତୀୟ ତଥା ଅନ୍ତିମ ଦିବସ । ଆଜି କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଆଗାମୀ ନିର୍ବାଚନ ପାଇଁ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରିବ ଦଳ । ପରେ ସଂଧ୍ୟାରେ ସିକନ୍ଦରାବାଦର ପରେଡ ଗ୍ରାଉଣ୍ଡରେ ଏକ ବିଶାଳ ଜନସଭାକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ ମଧ୍ୟ କରିବେ ।

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ସମ୍ପୂର୍ଣ୍ଣ ହାଇଦ୍ରାବାଦ ସହର ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଛି । ବ୍ୟାନର, ହୋଡିଂରେ କେନ୍ଦ୍ରୀୟ ନେତାଙ୍କୁ ସ୍ବାଗତ କରିବାର କୌଣସି ଅବସର ଛାଡି ନାହିଁ ପ୍ରଦେଶ ବିଜେପି । କେନ୍ଦ୍ରୀୟ ଜନକଲ୍ୟାକାରୀ ଯୋଜନା ଓ ମୋଦି ସରକାରଙ୍କ ଉପଲବ୍ଧି ମଧ୍ୟ ବ୍ୟାନରରେ ପ୍ରତିଫଳିତ ହୋଇଛି । ଆଜି ସାଙ୍ଗଠନିକ ମାନସ ମନ୍ଥନ ପରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.