ETV Bharat / bharat

Mann Ki Baat: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ମୋଦି - ପିଏମ ମୋଦି ମନ୍ କି ବାତ୍

ଆଜି ପ୍ରଧାନମନ୍ତ୍ରୀଙ୍କ 99ତମ ମନ୍ କି ବାତ୍ କାର୍ଯ୍ୟକ୍ରମ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ପିଏମ ମୋଦି ମନ୍ କି ବାତ୍
Mann Ki Baat
author img

By

Published : Mar 26, 2023, 7:42 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ । ଏହା ବର୍ଷର ତୃତୀୟ ମନ୍ କି ବାତ୍ । ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର ଏହା 99ତମ ସଂସ୍କରଣ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଗତ ମାସରେ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର 98ତମ ସଂସ୍କରଣ ଥିଲା ।

2023 ଫେବୃଆରୀ 26 ତାରିଖରେ ବର୍ଷର ଦ୍ବିତୀୟ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବଚ୍ଛତା ବିଷୟରେ ଆଲୋଚନା କରିଥିଲେ । 'ଅଦରକାରୀରୁ ସ୍ବାସ୍ଥ୍ୟକର' ଥିମ ଉପରେ ଆଲୋକପାତ କରିଥିଲେ । ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାର ମହିଳା କମଳା ମହାରଣାଙ୍କୁ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । କମଳା କ୍ଷୀର ପ୍ୟାକେଟ ଓ ବିଭିନ୍ନ ପ୍ଲାଷ୍ଟିକ ପ୍ୟାକେଟରୁ ଦରକାରୀ ଜିନିଷ ତିଆରି କରନ୍ତି ଯାହା ସ୍ବଚ୍ଛତା ସହ ଆମଦାନୀରେ ମଧ୍ୟ ସହାୟକ ହୋଇଛି । ସାରା ବିଶ୍ବ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ କମଳାଙ୍କ କାରିଗରୀ ବିଷୟରେ ଜାଣିବାକୁ ପାଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ଦିନକୁ ଦିନ ଲୋକପ୍ରିୟତା ହାସଲ କରୁଛି । ଦେଶବାସୀ ସ୍ବାଧୀନତାର 76ବର୍ଷରେ ପାଦ ଥାପିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ପାଳୁଥିବାରୁ ଏହି କାର୍ଯ୍ୟକ୍ରମର ଗୁରୁତ୍ବ ବଢିଛି । ଖାଲି ଭାରତ ନୁହେଁ ବିଶ୍ବରେ ମଧ୍ୟ ଏହା ଲୋକପ୍ରିୟତା ହାସଲ କରିଛି । ଏହା କାର୍ଯ୍ୟକ୍ରମ ଖଦି, ଖେଳନା ଇଣ୍ଡଷ୍ଟ୍ରୀ, ସ୍ବାସ୍ଥ୍ୟ କ୍ଷେତ୍ରର ଷ୍ଟାର୍ଟଅପ, ଆୟୁଷ ଓ ମହାକାଶ ଆଦି କ୍ଷେତ୍ରରେ ପ୍ରଭାବ ପକାଇଛି । କାର୍ଯ୍ୟକ୍ରମରେ ବିଶେଷକରି ଭୋକାଲ ଫର ଲୋକାଲ, ବେଟି ପଢାଓ ବେଟି ବଚାଓ, ଜଳ ସଂରକ୍ଷଣ, ସ୍ବଚ୍ଛ ଭାରତ କ୍ଷେତ୍ରଗୁଡିକୁ ଗୁରୁତ୍ବ ଦିଆଯାଏ ।

ଏହା ବି ପଢନ୍ତୁ...Adani Issue: 'ସଂସଦରେ ମୋର ପରବର୍ତ୍ତୀ ପ୍ରଶ୍ନକୁ ନେଇ ଭୟଭୀତ ଥିଲେ ମୋଦି'

ଏହା ବି ପଢନ୍ତୁ...ସାଂସଦ ପଦ ରଦ୍ଦ ପରେ ରାହୁଲଙ୍କ ପ୍ରେସମିଟ, କହିଲେ ମୁଁ କ୍ଷମା ପ୍ରାର୍ଥନା କରିବି ନାହିଁ

ଆସନ୍ତା ମାସରେ ମନ୍ କି ବାତ୍ ତାର 100ତମ ଏପିସୋଡ ପୂରଣ କରିବ । ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ ଯାହା ପ୍ରତିମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । 2014 ଅକ୍ଟୋବର 3 ତାରିଖରେ ମନ୍ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନ କଥାକୁ ପ୍ରସାରିତ କରାଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.