ETV Bharat / bharat

Mann Ki Baat: ଏଥର ଶେଷ ନୁହେଁ ତୃତୀୟ ରବିବାର ମନ୍ କି ବାତ୍, ଆଜି ମନ କଥା କହିବେ ମୋଦି - 102ତମ ମନ୍ କି ବାତ୍

ଆଜି ପ୍ରଧାନମନ୍ତ୍ରୀଙ୍କ 102ତମ ମନ୍ କି ବାତ୍ କାର୍ଯ୍ୟକ୍ରମ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Mann Ki Baat
pm modi mann ki baat
author img

By

Published : Jun 18, 2023, 9:08 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ । ରେଡିଓ କାର୍ଯ୍ୟକ୍ରମର ଏହା 102ତମ ସଂସ୍କରଣ । ଗତ ଏପ୍ରିଲ ମାସରେ ସେଞ୍ଚୁରୀ ମାରିଥିଲା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ମେ ମାସରେ 101ତମ ମନ୍ କି ବାତ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ । ଆଜି (ରବିବାର) 102ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

  • This month’s #MannKiBaat programme will take place on Sunday, 18th June. It is always a delight to receive your inputs. Share your inputs on the NaMo App, MyGov or record your message by dialling 1800-11-7800. https://t.co/btZKHrI9Nv

    — Narendra Modi (@narendramodi) June 13, 2023 " class="align-text-top noRightClick twitterSection" data=" ">

ପ୍ରତିମାସ ଶେଷ ରବିବାର ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଦେଶବାସୀ ଶୁଣିଥାନ୍ତି ମାତ୍ର ଚଳିତମାସର ତୃତୀୟ ରବିବାର ମନ୍ କି ବାତର 102ତମ ଏପିସୋଡ ପ୍ରସାରିତ ହେବାକୁ ଯାଉଛି । ମନ୍ କି ବାତର 100ତମ ଏପିସୋଡ ଏପ୍ରିଲ 30ରେ ବିଶ୍ବସ୍ତରରେ ପ୍ରସାରଣ ହୋଇଥିଲା । ନ୍ୟୁୟର୍କରେ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ସିଧାପ୍ରସାରଣ ହୋଇଥିଲା । 2014ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମହିଳା, ଯୁବଗୋଷ୍ଠୀ ଏବଂ ଚାଷୀଙ୍କ ଭଳି ସାମାଜିତ ସମୂହଙ୍କୁ ସମ୍ବୋଧିତ କରନ୍ତି ପ୍ରଧାନମନ୍ତ୍ରୀ । ଚଳିତ ମାସରେ ଶେଷ ରବିବାର ନୁହେଁ ବରଂ ତୃତୀୟ ଶୁକ୍ରବାର ମନ୍ କି ବାତ୍ କାର୍ଯ୍ୟକ୍ରମର ପ୍ରସାରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ବିଟରରୁ ସୂଚନା ମିଳିଛି । 22 ଭାରତୀୟ ଭାଷା ସହିତ ଫ୍ରେଞ୍ଚ, ଚୀନ, ତିବଦ୍ଦ, ବର୍ମି, ଆରବୀ, ପାର୍ସୀ ଭଳି 11ଟି ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ । ଏ ନେଇ 500ରୁ ଅଧିକ ଆକାଶବାଣୀ ପ୍ରସାରଣ କେନ୍ଦ୍ରରୁ ହୋଇଥାଏ ।

ଏହା ବି ପଢନ୍ତୁ...Yoga Day Event at UN: ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି, ଅଂଶଗ୍ରହଣ କରିବେ 180 ଦେଶର ନାଗରିକ

ଏହା ବି ପଢନ୍ତୁ...ପୁଣି ଥରିଲା ଜମ୍ମୁ-କାଶ୍ମୀର, ୨୪ ଘଣ୍ଟାରେ ୫ ଥର ଭୂମିକମ୍ପ

ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣକୁ ଲୋକ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଗତ ମାସରେ ରେଡିଓ କାର୍ଯ୍ୟକ୍ରମ 100 ଏପିସୋଡ ପୂରଣ କରିଥିଲା । ଏହା ଅଧିକ ଗୁରୁତ୍ବ ବହନ କରିଥିଲା । 2023 ଏପ୍ରିଲ 30 ତାରିଖରେ ତାରିଖରେ ବର୍ଷର ଚତୁର୍ଥ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନ କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା 100ତମ ଏପିସୋଡ ହୋଇଥିବାରୁ କାର୍ଯ୍ୟକ୍ରମଟି ସ୍ବତନ୍ତ୍ର ଥିଲା । ମନ୍ କି ବାତ୍ କାର୍ଯ୍ୟକ୍ରମର 100ତମ ଏପିସୋଡ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା । ମନ୍ କି ବାତ୍ କାର୍ଯ୍ୟକ୍ରମ ମୋ ପାଇଁ କେବଳର ଏକ କାର୍ଯ୍ୟକ୍ରମ ନୁହେଁ ଏହା ବିଶ୍ବାସ, ଆସ୍ଥା, ପୂଜା ଓ ବ୍ରତ ବୋଲି କହିଥିଲେ ପ୍ରଧାନମନ୍ତୀ ।

2014 ଅକ୍ଟୋବର 3 ତାରିଖରେ ମନ୍ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ପରେ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନ କଥାକୁ ପ୍ରସାରିତ କରାଯାଇଥାଏ । ପ୍ରତି ମାସ ଶେଷ ରବିବାର ରେଡିଓ ଜରିଆରେ ଦେଶବାସୀଙ୍କୁ ମନ କଥା କହିବା ସହେ ଅନେକ ବ୍ୟକ୍ତିତ୍ବ ଓ ସଫଳତାର କାହାଣୀ କହିଥାନ୍ତି ପ୍ରଧାନମନ୍ତ୍ରୀ । ମାତ୍ର ଚଳିତ ମାସ ତୃତୀୟ ରବିବାର 102ତମ ମନ୍ କି ବାତ୍ ଏପିସୋଡ ପ୍ରସାରିତ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.