ETV Bharat / bharat

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ 3 ଦିନିଆ ଗୁଜୁରାଟ ଗସ୍ତ, ଗ୍ଲୋବାଲ ସମ୍ମିଳନୀକୁ କରିବେ ଉଦଘାଟନ

author img

By ETV Bharat Odisha Team

Published : Jan 8, 2024, 7:43 AM IST

PM Modi to visit Gujarat: ଆଜି ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଗୁଜରାଟ ଗ୍ଲୋବାଲ ସମ୍ମିଳନୀକୁ କରିବେ ଉଦଘାଟନ । ଅଧିକ ପଢନ୍ତୁ

ମୋଦିଙ୍କ ଗୁଜୁରାଟ ଗସ୍ତ
PM Modi three day gujarat visit

ନୂଆଦିଲ୍ଲୀ: ଆଜିଠୁ 3 ଦିନିଆ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟରେ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ । ଗୁଜରାଟ ଗ୍ଲୋବାଲ୍ ଟ୍ରେଡ୍ ସୋ'କୁ ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ 2024 କୁ ମଧ୍ୟ ଉଦଘାଟନ କରିବେ । ବିଶ୍ୱନେତାମାନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ-ଲାକ୍ଷାଦ୍ବୀପ ଛୋଟ ହୋଇପାରେ କିନ୍ତୁ ହୃଦୟ ବହୁତ ବଡ଼: ପ୍ରଧାନମନ୍ତ୍ରୀ

ଆସନ୍ତାକାଲି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ପହଞ୍ଚିବେ, ଯେଉଁଠାରେ ସେ ବିଶ୍ୱନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଅପରାହ୍ନ ପ୍ରାୟ 3 ଟାରେ ସେ ଗୁଜରାଟ ଗ୍ଲୋବାଲ୍ ଟ୍ରେଡ୍ ସୋ'କୁ ଉଦଘାଟନ କରିବେ। ଜାନୁଆରୀ 10 ତାରିଖ ସକାଳ ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ୍ ସମ୍ମିଳନୀ 2024 କୁ ଉଦଘାଟନ କରିବେ । ଏହାପରେ ସେ ଗ୍ଲୋବାଲ କର୍ପୋରେସନର ସିଇଓମାନଙ୍କ ସହ ବୈଠକ କରିବେ। ପରେ ଗିଫ୍ଟ ସିଟି ଗସ୍ତ କରି ଗ୍ଲୋବାଲ ଫିନଟେକ୍ ଲିଡରସିପ୍ ଫୋରମର ପ୍ରମୁଖ ବ୍ୟବସାୟୀ ଙ୍କ ସହ ଆଲୋଚନା କରିବେ ମୋଦି।

ଏହା ମଧ୍ୟ ପଢନ୍ତୁ-ପ୍ରଧାନମନ୍ତ୍ରୀଙ୍କ ରୋମାଞ୍ଚକର ଲାକ୍ଷାଦ୍ବୀପ ଗସ୍ତ, ଗଭୀର ସମୁଦ୍ରରେ କଲେ ସ୍କୁବା ଡାଇଭିଂ

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2003 ମସିହାରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏହି ସମ୍ମିଳନୀର ଦଶମ ସଂସ୍କରଣ 10 ରୁ 21 ଜାନୁଆରୀ ପର୍ଯ୍ୟନ୍ତ ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ଥର ଏହାର ଥିମ ରହିଛି '‘Gateway to the Future'। ଏହି ସମ୍ମିଳନୀର ଦଶମ ସଂସ୍କରଣରେ ଭାଇବ୍ରାଣ୍ଟ ଗୁଜରାଟର 20 ବର୍ଷ ପୂର୍ତ୍ତିକୁ ସଫଳତାର ଶିଖର ସମ୍ମିଳନୀ ଭାବରେ ପାଳନ କରାଯିବ ।

ଚଳିତ ବର୍ଷ ଏହି ସମ୍ମିଳନୀରେ 34 ଦେଶ ଏବଂ 16 ଭାଗିଦାରୀ ସଂସ୍ଥା ଭାଗ ନେଉଛନ୍ତି। ଏହାବ୍ୟତୀତ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଉତ୍ତର-ପୂର୍ବାଞ୍ଚଳରେ ପୁଞ୍ଜିନିବେଶର ସୁଯୋଗକୁ ପ୍ରଦର୍ଶିତ କରିବା ପାଇଁ ଭାଇବ୍ରାଣ୍ଟ ଗୁଜରାଟ ପ୍ଲାଟଫର୍ମକୁ ବ୍ୟବହାର କରିବ । ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ଟ୍ରେଡ୍ ସୋ'ରେ କମ୍ପାନୀ ଗୁଡ଼ିକ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ଜ୍ଞାନକୌଶଳରୁ ନିର୍ମିତ ସାମଗ୍ରୀ ଗୁଡିକର ପ୍ରଦର୍ଶନ କରିବେ। ଟ୍ରେଡ୍ ସୋ'ର ଫୋକସ୍ ସେକ୍ଟର ହେଉଛି ଇ-ମୋବିଲିଟି, ଷ୍ଟାର୍ଟଅପ୍, ଏମଏସଏମଇ, ବ୍ଲୁ ଇକୋନୋମୀ, ଗ୍ରୀନ ଏନର୍ଜି ଏବଂ ସ୍ମାର୍ଟ ଇନଫ୍ରାଷ୍ଟ୍ରକଚର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.